ରେତଙ୍ଗ କଲୋନୀରେ ଲାଗିଲା ଏଗାରଶହ ଗଛ

0 380

ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଜଟଣୀ ରେତଗଂ କଲୋନୀରେ ବିଭିର୍ଣ ସଂସ୍ଥାପକ୍ଷରୁ ସବୁଜବଳୟ ସୃଷ୍ଟି ସହ ଜନସାଧାରଣଙ୍କୁ ସଚେତନ କରିବାପାଇଁ ଏଗାରଶହରୁ ଉର୍ଦ୍ଧ ଗଛ ଲଗାଯାଇଛି ।ଜଙ୍ଗଲକଟାଯାଇ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେବାଦ୍ୱାରା ଏହାର ପ୍ରଭାବ ଧିରେଧିରେ ସାଧାରଣ ଲୋକଙ୍କ ଉପରେ ପଡୁଛି ।
ପୃଥିବୀରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥର ପ୍ରଦୃର୍ଷଣ ଦ୍ବାର ବିଶ୍ବର ଜଳବାୟୁରେ ବିଭିନ୍ନ ପ୍ରକାର ଅସମାନତା ଯୋଗୁଁ ଦିନକୁ ଦିନ ବିଶ୍ବ ବିଗିଡିବାରେ ଲାଗିଛି ।ତେଣୁ ଏଥିପାଇଁ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ନିଜର ଗର୍ବେଷଣା ଚଲାଇଥିବାବେଳେ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇଛନ୍ତି ।ସାଧାରଣ ଲୋକଙ୍କୁ ଉସ୍‌ାହିତ ସହ ସଚେତନ କରିବାପାଇଁ ସରକାର ମଧ୍ୟ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇଆସୁଛନ୍ତି । କିଛି ଏନଜିଓ ସଂସ୍ଥାର ସଦସ୍ୟ ମାନେ ଜଟଣୀର ରେତଙ୍ଗ କଲୋନୀରେ ୧୧୦୦ରୁ ଉର୍ଦ୍ଧ ପୁଷ୍ପ ଓ ଫଳପ୍ରଦାନକାରୀ ଗଛ ଲଗାଇ ସ୍ଥାନୀୟ ଅଂଚଳରେ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିଛନ୍ତି । ସେଥିମଧ୍ୟରେ UNMUKT FOUNDATION ଏବଂ EAST COACH RAILWAY ତରଫରୁ ଓ AMON HELPING HANDS,PLANT LOVER ASSOCIATION,WE4U ଜୀବନରକ୍ଷା ପରିଷଦ,ଏବଂ ଜଟଣୀ କେନ୍ଦ୍ରୀୟ ବିଦ୍ୟାଳୟର ସ୍କାଉଟ୍ ଆଣ୍ଡ ଗାଇଡ୍ ଭଲେଣ୍ଟର୍ସ ମାନଙ୍କ ସହଯୋଗରେ ଏହା ହୋଇଥିଲା ।ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳବାସୀ ବେଶ ପ୍ରଂଶସା କରିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.