ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୁଆସୁଣୀରେ ଅଳିଆ ପକାଇବାକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ରବିବାରସନ୍ଧ୍ୟାରେ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ପକ୍ଷରୁ ଗ୍ରାମସଭାରେ ଆଲୋଚନା ପାଇଁ ନିଷ୍ପତି ହୋଇଥିଲା ।ଏଥିରେ ପଂଚାୟତର ସରମ୍ପଚ,ସମିତିସଭ୍ୟ,ୱାଡମେମ୍ବରଙ୍କଠାରୁ ଆରମ୍ଭ କରି ଗ୍ରାମମୁରବୀମାନଙ୍କୁ ଏକାଠି କରି ଖୋଲାମଂଚରେ ସେମାନଙ୍କ ନିଷ୍ପତି ଉପରେ ଆଲୋଚନା ହେବାକୁ ପୁର୍ବପ୍ରସ୍ତୁତ ହୋଇଥିଲା ।ଗ୍ରାମମେଳଣ ପଡ଼ିଆରେ ବାବା ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏଥିନିମନ୍ତେ ସଭାର ଆୟୋଜନ ମଧ୍ୟ କରାଯାଇଥିଲା ।ଏହି ଆଲୋଚନାରେ ଭୁଆସୁଣୀରେ ଆଉ ଅଳିଆ ପଡ଼ିବ କି ନାହିଁ ତାହା ଉପରେ ନିଜନିଜ ମତଉପସ୍ଥାପିତ କରିଥାନ୍ତେ ।ଏଥିପାଇଁ ଡାକବାଜି ଜନ୍ତ୍ର ସାହାର୍ଯ୍ୟରେ ପଂଚାୟତ ତରଫରୁ ଗ୍ରାମବାସୀମାନଙ୍କୁ ମଧ୍ୟ ଅବଗତ କରାଯାଇଥିଲା ।କିନ୍ତୁ ସାନ୍ଧ୍ୟ ସମୟରେ ପ୍ରବଳ ବର୍ଷା ହେବାରୁ ଆଲୋଚନା ହୋଇପାରିନଥିଲା ।
ସୁଚନାଯୋଗ୍ୟଯେ,ଭୁଆଷୁଣୀରେ ଅଳିଆ ପକାକୁ ନେଇ ଗତ ଦୁଇଦିନ ତଳେ ଜାଗୃତି ମହିଳା ସମିତି ଘରେ ବିଏମ୍ ସି,ଜିଲ୍ଲାପ୍ରଶାସନ ଓ ଦାରୁଠେଙ୍ଗ ଗ୍ରାମବାସୀଙ୍କର ଏକ ବୈଠକ ହୋଇଥିଲା ।ଆଲୋଚନା ଫଳପ୍ରଦ ହୋଇନଥିବାବେଳେ ଗ୍ରାମସଭାରେ ଗ୍ରାମବାସୀମାନଙ୍କ ନିଷ୍ପତି କଣ ହେବ ତାହାକୁ ପ୍ରଶାସନକୁ ଜଣାଇବୁ ବୋଲି ସରପଂଚ ଜଣାଇଥିଲେ ।ଏହି ବୈଠକରେ ବିଏମସି ମେୟର,କମିସନର,ଜଟଣୀବିଧାୟକ.ଡିସିପି ଙ୍କ ସହ ଗ୍ରାମର ମୁରବୀମାନେ ଉପସ୍ଥିତ ଥିଲେ ।ଅଳିଆଗାଡି ଧକ୍କାରେ ଗ୍ରାମର ଜଣେ ଯୁବକ ମୃତ୍ୟୁବରଣ କରିବା ପରଠାରୁ ଦିର୍ଘ ପନ୍ଦର ଦିନ ହେବ ଅଳିଆ ଗାଡି ଭୁଆଷୁଣିକୁ ଆସୁନାହିଁ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)
