କେନାଲକୁ ଖସିଲା ବୁଲେଟ

0 549

ବାରଙ୍ଗ,୨୧/୮(ଏସଏସ ନିଉଜ) ବାରଙ୍ଗଥାନା ଅନ୍ତର୍ଗତ କାନପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲକୁ ରବିବାର ରାତିରେ ଏକ ବୁଲେଟ ଖସିପଡିଛି।ବୁଲେଟରେ ଥିବା ଦୁଇଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଯୁବକ ଦ୍ବୟ ହେଉଛନ୍ତି କଟକ ସଦର ଥାନା ତେଲେଙ୍ଗାପେଣ୍ଠ ଗ୍ରାମର ଅଭିନାସ(୧୭)ଏବଂ ଲକି(୨୨)। ପ୍ରକାଶ ଯେ ରବିବାର ରାତି ପ୍ରାୟ ୯.୩୦ ମିନିଟ ସମୟରେ ଦୁଇ ଜଣ ଯୁବକ ଏକ ବୁଲେଟରେ ବାରଙ୍ଗ ପଟୁ ଘରକୁ ଫେରୁଥିଲେ।ତେବେ ଅସାବଧାନତା ବଶତଃ ବୁଲେଟ ଚାଳକ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ପସି ଯାଇଥିଲେ।ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଯୁବକ ଦ୍ବୟଙ୍କ ପାଣିରୁ ଉଦ୍ଧାର କରିଥିଲେ।ପରେ ଖବର ପାଇ ଦମକଳ ବାହିନୀ ଓ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନା ପଠାଇଥିଲେ।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.