ଟ୍ରକ୍ ନେଲା ସ୍କୁଟିଚାଳକଙ୍କ ଜୀବନ

0 274

ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଋବିବାର ସନ୍ଧ୍ୟାରେ ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥରେ ଯାଁଳା ପଂଚାୟତ ଓ ଇମ୍ଫୋଭ୍ୟାଲି ଥାନାର ଜଟଣୀ ଗେଟ୍ (ତଳଖେତା ଛକ)ନିକଟରେ ଏକ ଟ୍ରକ୍ ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଥିବାବେଳେ ପଛରେ ବସିଥିବା ମହିଳା ଅତି ଗୁରୁତ୍ବର ହୋଇଛନ୍ତି । ରବିବାର ସଂଧ୍ୟା ସମୟରେ OR-02 AT 3086 ନଂ ଏକ ସ୍କୁଟି  ଗାଡିରେ ଚନ୍ଦନ ପୁରଅଂଚଳର କେରାଣ୍ଡି ପୁର ଗାଁର ବିଷ୍ଣୁ ପ୍ରସାଦ ଦାଶ (୫୮)ଓ ତାଙ୍କ ସ୍ତ୍ରୀ କୁମୁଦିନୀ ଙ୍କସହ ଭୁବନେଶ୍ବରରୁ ଖୋରଧା ଅଭିମୁଖେ ଯାଉଥିଲେ ।ଯାଁଳାର ତଳଖେତା ଛକ ଅତିକ୍ରମ କରିବା ପରେ ତାଙ୍କ ପଛରୁ ଦୃତ ଗତିରେ ଆସି ଏକ ଟ୍ରକ ଗାଡିକୁ ଧକ୍କାଦେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍କୁଟର ଚାଳକଙ୍କର ମୃତୁ ହୋଇଥିବାବେଳେ ପଛରେ ବସିଥିବା କୁମୁଦିନୀ ଗୁରୁତରଆହତ ହୋଇ ୧୦୮ ଯୋଗେ ଏମ୍ସ୍ ଡାକ୍ତରଖାନାରେ ଚିକିସ୍‌ତ ହେଉଛନ୍ତି । ସୁଚନାଯୋଗ୍ୟ ଯେ,୧୬ ନମ୍ବର ଜାତୀୟ ରାଜପଥର ବାରମ୍ବାର ସଂପ୍ରସାରଣ ହେଉଛି ।ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କର ସଲାସୁତରା ଯୋଗୁ ଯେଉଁଭଳି କାମ ହେଉଛି ତାହା ସାଧାରଣ ଲୋକଙ୍କ ଧନଜୀବନ ନେବାର ଘାତକ ସାଜୁଛି ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.