ଡେଲାଙ୍ଗ, ୮/୧୧(ଏସଏସନିୟୁଜ) ରୋଗ ଯନ୍ତ୍ରଣା ସହ୍ୟ ନକରିପାରି ରେଙ୍ଗଳ ଗ୍ରାମର ଝୁନା ସାହୁ ନାମକ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଝୁନା ମଧୁମେହ ସମେତ ଅନ୍ୟରୋଗରେ ଦୀର୍ଘ ବର୍ଷ ଧରି ପୀଡିତ ଥିଲେ ।ଏଥିନିମନ୍ତେ ସେ ଚିକିସ୍ା କରୁଥିଲେ ମଧ୍ୟ ଉପସମ ନହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।ଧିରେଧିରେ ସେ ଶର୍ଯ୍ୟାଶାୟୀ ହୋଇ ବିଛଣାରେ ପଡି ରହିଥିଲେ ।ଏହାକୁ ସହ୍ୟନକରିପାରି ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ଡେଲାଙ୍ଗଥାନାପୋଲିସ ୯/ ୨୧କେଶନଂରେ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି ।