ମାତାରିଣୀଙ୍କ ଦାନବାକ୍ସରୁ ମିଳିଲା ୧୫.୫୨ ଲକ୍ଷ ଟଙ୍କା

0 178

ଘଟଗାଁ, ୮/୧୧(ଏସଏସନିୟୁଜ) ଘଟଗାଁ ମା ତାରିଣୀ ମନ୍ଦିରର ହୁଣ୍ଡିରେ ଥିବା ଭକ୍ତମାନଙ୍କ ଦାନ ଟଙ୍କା ଗଣତି ହୋଇଛି । ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୯ଟି ହୁଣ୍ଡି ଖୋଲା ଯାଇଛି । ସମସ୍ତ ହୁଣ୍ଡିରୁ ୧୫ ଲକ୍ଷ ୫୨ ହଜାର ୬୨୭ ଟଙ୍କା, ୫୪ ଗ୍ରାମ ୧୬୦ ମିଲିଗ୍ରାମ ସୁନା ଓ ୩୪୩ ଗ୍ରାମ ୯୩୦ ମିଲିଗ୍ରାମ ରୁପା ମିଳିଛି । ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, କାର‌୍ୟ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ମନ୍ଦିର ପରିଚାଳନା ବୋର୍ଡ ସଦସ୍ୟମାନଙ୍କ ଉପସ୍ଥିତିରେ ଏହାକୁ ଖୋଲାଯାଇ ଗଣତି ହୋଇଛି ।

Leave A Reply

Your email address will not be published.