ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ

କଟକ,୧୩ା୮(ଏସଏସନିଉଜ)କଟକ SCBରେ ୨ଜଣ ରୋଗୀଙ୍କୁ ଇସିଜି କରିବା ବାହାନାରେ କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ମଙ୍ଗଳାବାଗ ଥାନାରେ ଏନେଇ ଡାକ୍ତରଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛିା କଟକ SCB କାର୍ଡିଓଲୋଜିବିଭାଗକୁ ଶୁକ୍ରବାର ଦୁଇଜଣ ରୋଗୀ ଆସିଥିବାବେଳେ ସେମାନଙ୍କ ଇସିଜି କରିବାକୁ ରବିବାର ଆସିବାକୁ ପରାର୍ମଶ ଦେଇଥରଲେ ଡାକ୍ତର ।ରବିବାର ସେମାନେ ଆସିବା ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସଂପର୍କୀୟଙ୍କ ଆକ୍ରମଣରେ ଅଭିଯୁକ୍ତ ଡାକ୍ତର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ଆଇସିୟୁରେ ଭର୍ତ୍ତି କରାଯାଇଛି।ଏହିଘଟଣାପରେ ଏଭଳି ଅଭିଯୋଗକୁ ନେଇ ସାଧାରଣ ଲୋକ ନିନ୍ଦା କରୁଛନ୍ତି ।ଅନ୍ୟପଟେ SCBରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣାରେ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟବିଭାଗାକମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ର ,ଯୁଗ୍ମ DMET ରୋମା ରତନ ମଧ୍ୟ କମିଟିରେ ସ୍ଥାନପାଇଛନ୍ତି ।

- Advertisement -

Leave A Reply

Your email address will not be published.