କେମିତି ଫାଟିଲା ଟ୍ରାନ୍ସଫର୍ମର

ମୁହଁ ଖୋଲୁନି ନନ୍ଦନକାନନ

0 122

ବାରଙ୍ଗ,୧୩ା୬ (ଏସଏସନିଉଜ) ପ୍ରଣିଉଦ୍ୟାନ ନନ୍ଦନକାନନରେ ରୋପେୱେ ଚାଲିବା ପୂର୍ବରୁ ଅଘଟଣ ଘଟିଛି। ମଙ୍ଗଳବାର ଦିହିପହରେ ରୋପେୱେକୁ ସଂଯୋଗ କରିଥିବା ଟ୍ରାନ୍ସର୍ଫମରେ ବିଦ୍ୟୁତ୍ ପରୀକ୍ଷା କରିବାବେଳେ ଏହାଫାଟିଯାଇଥିଲା ।ଯାହାଫଳରେ ଦୁଇଜଣ କର୍ମଚାରୀ ଗୁରୁତରଆହତ ହୋଇଥିବାବେଳେ ଜଣେ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ । ଗୁରୁତର ଆହତ କର୍ମଚାରୀ ହେଲେ ନନ୍ଦନକାନନର ଅବସରପ୍ରାପ୍ତ ତଥା ନନ୍ଦନକାନନର ଅସ୍ଥାୟୀ କର୍ମଚାରୀ ଶିବରାମ ସାହୁ,ରୋପଓ୍ବେର ଅପରେଟର ସୋମୁ ବାନାର୍ଜି ଓ ଆହତ ରୋପଓ୍ବେର ଅପରେଟର ରାମ ଲଳିତ ସାହା । ଗୁରୁତର ଅବସ୍ଥାରେ ଏମାନଙ୍କୁ ପ୍ରଥମେ ରୋପଓ୍ବେ ଓ ନନ୍ଦନକାନନ ତରଫରୁ ଚିକିତ୍ସା ନିମନ୍ତେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ପରେ ଗୁରୁତର ହେବାରୁ ଶିବରାମ ଓ ସୋମୁଙ୍କୁ ଅନ୍ୟଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଛି।
ପ୍ରକାସ ଯେ,ଗତକାଲି ରୋପଓ୍ବେ ପୁନଃକାର୍ୟ୍ୟାକ୍ଷମ ପାଇଁ ନୂତନ ଟ୍ରାନ୍ସର୍ଫମରକୁ ୩୧କେଭି ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ଆଜି ଭିସିବି ୟୁନିଟର ବିଦ୍ୟୁତ୍ ପରୀକ୍ଷା ବେଳେ କୈାଣସି କାରଣରୁ ଟ୍ରାନ୍ସର୍ଫମର ଫାଟିଥିଲା।ଟ୍ରାନ୍ସର୍ଫମର ତଳେ କାର୍ଯ୍ୟରତ ତିନି କର୍ମଚାରୀଙ୍କ ଉପରେ ନିଆଁ ଓ ତେଲ ପଡି ଗୁରୁତର ହୋଇ ଚେତାଶୂନ୍ୟ ହେଇ ତଳେପଡି

ଯାଇଥିଲେ।ସେମାନଙ୍କ ମୂହଁ,ହାତ ସହିତ ଅର୍ଦ୍ଧାଧିକ ଶରୀର ପୋଡିଯାଇଛି।ଗୁରୁତର ଅବସ୍ଥାରେ ରୋପଓ୍ବେ ଓ ନନ୍ଦନକାନନ ତରଫରୁ ଚିକିତ୍ସା ନିମନ୍ତେ ପଟିଆ ସ୍ଥିତ କିମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ପରେ ଅବସ୍ଥା ଗୁରୁତର ହେବାରୁ ଶିବରାମ ଓ ସୋମୁକୁ ଅନ୍ୟ ଏକ ଘରୋଇଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ଚାରିଆଡ଼େ ବ୍ୟାପିବା ପରେ ନନ୍ଦନକାନନ ପ୍ରଶାସନିକ ଅଧିକାରୀ,ବିଦ୍ୟୁତ୍ ବିଭାଗ ଓ ରୋପଓ୍ବେର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ।ଭୁବନେଶ୍ବର ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞନ ବେହେରାଙ୍କୁ ପଚାରିବାରୁ ସେ କହିଲେ ଗତକାଲି ଠାରୁ ୩୩କେଭି ବିଦ୍ୟୁତ କେବୁଲରୁ ଟ୍ରାନ୍ସର୍ଫରକୁ ବିଦ୍ୟୁତ୍ ସଂଯୋଗ ଦେଇ ବଲ ଜଳାଇଛୁ।ଆଜିର ଘଟଣାରେ କଣ ପାଇଁ ସେମାନେ ବିଦ୍ୟୁତ୍ ବିଭାଗର ଅନୁପସ୍ଥିତିରେ ଟ୍ରାନ୍ସର୍ଫମରରେ କାର୍ୟ୍ୟ କରୁଥିଲେ ତାହା ଆମେ ଜାଣିନାହୁଁ ।ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି । ଏତେବଡ ଘଟଣା ପରେ ନନ୍ଦନକାନନ କର୍ତ୍ତୃପକ୍ଷ କିମ୍ବା ବିଦ୍ୟୁତବିଭାଗର ଦାୟିତ୍ୱରେ ଥିବାରେଞର କୈାଣସି ସ୍ପଷ୍ଟିକରଣ ଦେବାକୁ ଚାହିଁ ନାଥିବାର ଜଣାପଡିଛି ।ତେବେରଜରେ ରଜରେ ରୋପୱେ ଚାଲିବାପାଇଁ ଯୁଦ୍ଧକାଳିନଭିତିରେ କାର୍ଯ୍ୟ ଶେଷପାଇଁ ଉଦ୍ୟମ ଚାଲିଥିଲା ।ବିଦ୍ୟୁତ ସମ୍ଭଦ୍ଧୀୟ ସମ୍ପୁର୍ଣ ଖର୍ଚ୍ଚ ନନ୍ଦନକାନନ ପକ୍ଷରୁ କରାଯାଇଥିବାବେଳେ ନୁଆକରି ଲଗାଯାଇଥିବା ଟ୍ରାନ୍ସଫର୍ମର ଫାଟିବାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।

 

Leave A Reply

Your email address will not be published.