ପିପିଲି, ୨୬/୩(ଏସଏନିୟୁଜ)ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।ଶେଷରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ପୂର୍ବତନ ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ହେବେ ପ୍ରାର୍ଥୀ। ପୂର୍ବରୁ ଏହି ଆସନ ପାଇଁ ଉଭୟ ପତ୍ନୀ ପ୍ରତିଭା ମହାରଥୀ ଓ ପୁଅ ରୁଦ୍ରପ୍ରତାପ ମହାରଥୀ ଆଶାୟୀ ଥିଲେ। କିଏ ଲଢିବ ସେ ନେଇ ଅନେକ ବିଚାର ବିମର୍ଷ ଲାଗି ରହିଥିଲା। ସେତେବେଳେ ପ୍ରତିଭା କହିଥିଲେ, ଯଦି ଟିକଟ ମିଳେ ସେ ନିର୍ବାଚନ ଲଢ଼ିବେ। କିନ୍ତୁ ଆଜି ଦଳ ପକ୍ଷରୁ ରୁଦ୍ରଙ୍କ ନାଁ ଘୋଷଣା କରାଯାଇଛି। ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏହି ଖବର ପ୍ରଚାରିତ ହେବା ପରେ ପିପିଲି ଓ ଡେଲାଙ୍ଗ ରେ ବିଜେଡି କର୍ମୀମାନେ ଆନନ୍ଦ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୧୩ରେ ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ। ସାରା ଦେଶରେ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ନିର୍ବାଚନ କମିଶନ ଯେଉଁ ସବୁ ସ୍ଥାନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ ଯୋଗୁ କିମ୍ବା ଅନ୍ୟ କାରଣ ଯୋଗୁ ଆସନ ଫାଙ୍କା ପଡିଛି, ସେହି ସବୁ ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ସେହି କ୍ରମରେ ବିଜେଡିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପିପିଲି ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ ଏପ୍ରିଲ ୧୭ରେ ନିର୍ବାଚନ ଅନୁଷ୍ଠିତ ହେବ। - Advertisement - 0 330 Share