ଶବ ସହ ୩ଦିନ ରହିଲା ତିନିବର୍ଷର ଝିଅ

ଭୁବନେଶ୍ୱର, ୨୮/୧୨(ଏସଏସନିୟୁଜ) ଅଜ୍ଞାନୀ ଶିଶୁ,ଜାଣିନି କିଛି ,ବୟସ ମାତ୍ର ୩ବର୍ଷ ।ଭଲମନ୍ଦ ଜାଣିନି ।ମା ଶୋଇଥିବାରୁ ମା ପାଖରେ ଶୋଇପଡୁଥିଲା ।ମା ଉଠିଲେ ଖାଇବାକୁ ଦବ ଭାବି ୩ଦିନ ଅଖିଆ ଅପିଆ କଟାଇଦେଇଥିଲା ।କିନ୍ତି ମା ଉଠିନଥିଲା । ମା’ ଶବ ପାଖରେ ଜଗି ବସିଥିଲା ।ମା ପାଟିରୁ ପୋକ ବାହାରିଥିଲା ।ସେ ଜାଣିନଥିଲା ଯେ, ତା ମା ମରିଯାଇଛି ।ଶେଷରେ ପଡୋଶି ମାନଙ୍କୁ ମା ଉଠୁନଥିବାର କହିବା ପରେ ପଡୋଶିମାନେ ଘର ଭିତରକୁ ଯିବାପରେ ମା ର ମୃତ୍ୟୁ ଘଟି ସାରିଥିବାର ଜାଣିବାକୁ ପାଇଥିଲେ ।ଏହାପରେ ଏହି ହୃଦୟବିଦାରକ ଘଟଣା ଲୋକଲୋଚନକୁ ଆସିଥିଲା ।ଏହି ଘଟଣା ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ସାଗରପଡ଼ାରେ ଘଟିଛି ।ପଡୋଶୀଙ୍କ କହିବାକଥା ସ୍ବାମୀଙ୍କ ମୃତ୍ୟୁ ପରେ ଇନ୍ଦିରାନଗରପଡାର କୁନି ଛୁଆଟିକୁ ଧରି ସାଗରପଡାର ଶୁଭେନ୍ଦୁ ହୋତାଙ୍କ ଗ୍ୟାରେଜ୍ ଘରେ ଆସି ରହିଥିଲେ । ଏହି ଘରେ ରହିବା ସହ ଆଖପାଖ ଘରେ କାମ କରି ଚଳିଯାଉଥିଲେ ।ଗତକାଲି ମା ଦେହ ଖରାପ ଥିବାରୁ ସେ ଶୋଇଛି ବୋଲି ଝିଅଟି ପଡୋଶିମାନଙ୍କୁ କହିଥିଲା ।ମା ପାଟିରୁ ପୋକ ବାହାରୁଛି ବୋଲି ଆଜି ସକାଲେ ଝିଅଟି କହିବାପରେ ସ୍ଥାନୀୟ ଲୋକେ ଘର ଭିତରକୁ ଯାଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ।ପରେ ଖବରପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

- Advertisement -

Leave A Reply

Your email address will not be published.