ସାବଧାନ ରାସ୍ତାରେ ମାତିଛି ଖଣ୍ଡିଆଭୁତ

0 440

ବାରଙ୍ଗ, ୪/୨(ଏସ୍‌ଏସ୍‌ନିୟୁଜ) ସାବଧାନ ରାସ୍ତାରେ ମାତିଛି ଖଣ୍ଡିଆଭୁତ । କାହାକୁ ଛାଡିବନାହିଁ ।ଯିଏ ଥରେ ଏହାର ପ୍ରକୋପର ଶିକାର ହେବ ପୁନରାୟ ଚିନ୍ତା କରିବାକୁ ବାଧ୍ୟ ହେବ ।ଆମେ ଏହି କଥା କହୁନାହୁଁ ,ଗ୍ରାମବାସୀମାନେ କହିବା ଆରମ୍ଭ କରିଛନ୍ତି ।ବଡବାବୁମାନଙ୍କ ଦାୟିତ୍ୱହିନତା ଓ ଖାମଖିଆଲ ମନୋଭାବ ଯୋଗୁ ଗ୍ରାମବାସୀମାନେ ଧୁଳିଧୁଷର ରାସ୍ତାଦେଇ ଯାତାୟତ କରୁଛନ୍ତି ।ଥରେ ଆସିଲେ ଏହି ରାସ୍ତାରେ ପୁନରାୟ ।ାସିବାକୁ ଉଚିତ ମନେ କରୁନାହାନ୍ତି ।ଏହିଭଳି କଥା ଏବେ ବାରଙ୍ଗବ୍ଲକ ଅର୍ନ୍ତଗତ କୁହ୍ନେଇପଡା ଗ୍ରାମ ପଂଚାୟତର ଲୋକମାନଙ୍କର ଧାରଣା ସୃଷ୍ଟି ହୋଇଛି ।
ଘଟଣ। ହେଉଛି ଏମିତି ।ବାରଙ୍ଗ ବ୍ଲକ୍ ଅଧିନସ୍ଥ କୁହ୍ନେଇପଡା ଗ୍ରାମ ପଂଚାୟତର କୁସିନ୍ଦା ଠାରୁ ମଧୁପୁର ଗ୍ରାମପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବାଙ୍କି ଗ୍ରାମ୍ୟଉନ୍ନୟନବିଭାଗ ଅଧିନରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ୧ବର୍ଷରୁ ଉର୍ଦ୍ଧ ସମୟ ବିତିଗଲାଣି ,କାମ ଆଉ ଆଗେଇପାରିନାହିଁ । ଯେତିକି ହୋଇଥିଲା ସେତିକିରେ ପୋଡିରହିଛି ।ଏହାର ପୁର୍ଣାଙ୍ଗ କେବେ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କୁସିନ୍ଦା ଠାରୁ ମଧୁପୁର ଗ୍ରାମପର୍ଯ୍ୟନ୍ତ ୧.୮କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ଗ୍ରାମ୍ୟଉନ୍ନୟନ ବିଭାଗ ବାଙ୍କୀ ଅଧିନରେ କାର୍ଯ୍ୟ ଆରମ୍ଭହୋଇଥିଲା । ସୁଚନାଫଳକରେ କାର୍ଯ୍ୟାରମ୍ଭ ୨୦୧୯ ମସିହା ମାର୍ଚ୍ଚ ୨୩ ତାରିଖ ରେ ଲେଖାଗଲା ।କିନ୍ତୁ ୨୦୧୯ ମସିହା ଅକ୍ଟେବର ୨୬ ତାରିଖରେ ଶିଳାନ୍ୟାସ ପରେ କାମ ଆରମ୍ଭ କରିଥିଲେ ଠିକାଦାର । ରାସ୍ତାରେ ପଡିଲା କେବଳ ନାଲି ମୋହରମ, ମେଂଟାଲ ଏବଂ ବଜୁରୀ ଗୁଣ୍ଡ ।ଏହାପରେ ଠିକାଦାରଙ୍କର ଦେଖାମିଳିନାହିଁ ।କାମ ବନ୍ଦ ହୋଇଗଲା ।ଏହାପରେ ଗ୍ରାମବାସୀମାନଙ୍କ ପାଇଁ ପିଚୁରାସ୍ତାରେ ଯିବାର ସ୍ୱପ୍ନ ହୋଇରହିଗଲା ପିଚୁ ରାସ୍ତାରେ ତ ଯାଇପାରିଲେନାହିଁ ।କିନ୍ତୁ ଏହି ରାସ୍ତାରେ ଖଣ୍ଡିଆଭୁତର ବାସସ୍ଥଳୀ ହୋଇଗଲା ।ସାମାନ୍ୟ ପବନ ହେବାମାତ୍ରରେ ପ୍ରବଳମାତ୍ରାରେ ଖଣ୍ଡାଆଭୁତ ସଦୃଶ ଧୁଳି ଉଡି ଯାତାୟତପାଇଁଅନୁପଯୁକ୍ତ ପାଲଟିଛି ।କେବଳ ଏତିକି ନୁହେଁ ଧୁଳିଧୁଷର ଆଛାଦିତରେ ଗଛବୃକ୍ଷ ସବୁ ହୋଇଗଲାଣି ।ଏହାଭିତରେ ୧ବର୍ଷେରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଠିକାଦାର କି ଗ୍ରାମ୍ୟଉନ୍ନୟନବିଭାଗର ବଡବାବୁମାନଙ୍କର ଦେଖାନାହିଁଁ ।ଆରପଟେ ଗ୍ରାମବାସୀମାନେ ନାହିଁନଥିବା ହଇରାଣ ହରକତ ହେଉଛନ୍ତି ।(ବାରଙ୍ଗରୁ ଗୈାତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.