ସାବଧାନ,ନାବାଳକ ଗାଡି ଚଳାଇଲେ-

0 432

ଖବରଆଜିର,ତାରିଖ୧୦-୧୨-୨୦ ଗୁରୁବାର
୧-ସାବଧାନ ! ନାବାଳକ, ଗାଡି ଚଳାଇଲେ ଅଭିଭାବକ ଗଣିବେ ଫାଇନ୍ । ହୋଇପାରେ ୩ ବର୍ଷ ଜେଲ୍ । ନିୟମ ମନେପକାଇଦେଲା ରାଜ୍ୟ ପରିବହନ ବିଭାଗ ।
୨-ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ : ୧୪ରେ ଦେଶବ୍ୟାପି ଧର୍ମଘଟ ଡାକରା, ୧୨ ରେ ବନ୍ଦ କରିବେ ଦିଲ୍ଲୀ-ଜୟପୁର ରାସ୍ତା, ଟାର୍ଗେଟ୍ ଅମ୍ବାନୀ-ଆଦାନୀ ।
୩–ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିଲା ମୋହର, ବରଗଡରେ ଜଳ ଯୋଗାଣ ପାଇଁ ଖର୍ଚ୍ଚ ହେବ ୭୨୩ କୋଟି, ପ୍ରତି ବର୍ଷ ହେବନି ଏଏସଓ ପରୀକ୍ଷା ।
୪-ଏମଏସପି ନେଇ ସ୍ବାମୀନାଥନ୍ କମିଟିର ସମସ୍ତ ସୁପାରିଶକୁ ସବୁ ଶସ୍ୟ ପାଇଁ ଲାଗୁ କରିବାକୁ ସଂକଳ୍ପ ପାରିତ
୫-ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ସହାୟତା । ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।
୬-ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ କ୍ୟାବିନେଟର ଅନୁମୋଦନ ।
୭-କେନ୍ଦ୍ରମନ୍ତ୍ରୀଙ୍କଠୁ ପୁରସ୍କାର ନେବାକୁ ମନା କଲେ କୃଷି ବୈଜ୍ଞାନିକ, କହିଲେ ବାଧା ଦେଉଛି ବିବେକ !
୮-କୃଷି ଆଇନ ରଦ୍ଦ ପାଇଁ ସରକାରଙ୍କୁ ପ୍ରବର୍ତ୍ତାଇବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ବିରୋଧୀ ଦଳର ନେତା ।
୯-ରାଜସ୍ଥାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଭାଙ୍ଗିଲା ୧୦ ବର୍ଷର ରେକର୍ଡ, ବିଜେପିର ବାଜିମାତ ।
୧୦-ମୋଦୀ ୱାଇ-ଫାଇକୁ ମିଳିଲା ମଞ୍ଜୁରୀ : ସରକାର ଦେଶରେ ୧କୋଟି ଡାଟା କେନ୍ଦ୍ର ଖୋଲିବେ ।
୧୧-ସ୍କାଏ କିଙ୍ଗ ଟ୍ରାଭେଲ୍ସ ଏଜେନ୍ସିକୁ ଚୂନ ଲଗାଇଛନ୍ତି ଆକାଶ: ଆର୍ଥିକ କାରବାରର ତଦନ୍ତ କରୁଛି ଇଡି ।
୧୨-କୋଭିଡ୍‌-୧୯: ସୁଧ ଛାଡ଼ ଓ ଋଣକିସ୍ତି ଅବଧି ବୃଦ୍ଧି ଶୁଣାଣି ଡିସେମ୍ବର ୧୪କୁ ସ୍ଥଗିତ ରଖିଲେ ସୁପ୍ରିମ୍‌ କୋର୍ଟ ।
୧୩-୨୦୨୧ ଲାଗି ଜାତିସଂଘ ସଂଗ୍ରହ କରିଛନ୍ତି ୩୭୦ ନିୟୁତ ଡଲାର ଜରୁରିକାଳୀନ ପାଣ୍ଠି ।
୧୪-ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ କୋଭିଡ -୧୯ ଟିକା ଉପରେ ଅଧିକ ତଥ୍ୟ ଦାଖଲ କରିବାକୁ କହିଲା ବିଶେଷଜ୍ଞ କମିଟି ।
୧୫-ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ । ପ୍ରଥମ ସ୍ଥାନରେ ଓଡ଼ିଶା । ୪୦ଟି ସହର ୨୯ଟି ରାଜ୍ୟକୁ ନେଇ ଏନଜିଓ ପ୍ରଜା ଫାଉଣ୍ଡେସନର ଅଧ୍ୟୟନ ।
୧୬-ତାଲାବନ୍ଦ ସମୟରେ କ୍ଷୁଧାର ସ୍ଥିତି ରିପୋର୍ଟ : ୧୧ ରାଜ୍ୟବାସୀଙ୍କ ଖାଦ୍ୟ ପରିମାଣ ୬୬% ହ୍ରାସ .।
୧୭-ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ସୂଚନା ଆର୍‌ଟିଆଇରେ ଦିଆଯାଇ ପାରିବ ନାହିଁ: ଭାରତୀୟ ବାୟୁସେନା ।
୧୮-ନନ୍ଦନକାନନ ପରିଚାଳନାରେ ଅବ୍ୟବସ୍ଥା : ଅସଜଡ଼ା ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ ।
୧୯-କେବଳ ଭାରତ ହେଉଛି ଏକ ମାତ୍ର ଦେଶ ଯାହାର ସମଗ୍ର ବିଶ୍ଵକୁ କୋଭିଡ୍ ଭ୍ୟାକସିନ ଯୋଗାଇବାର କ୍ଷମତା ରହିଛି: ଅଷ୍ଟ୍ରେଲିଆ ରାଜଦୂତ ।
୨୦-ଭୁବନେଶ୍ୱରରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ପ୍ରଭାରୀ ନିଯୁକ୍ତ ପରେ ପୁରନ୍ଦେଶ୍ୱରୀଙ୍କ ପ୍ରଥମ ଗସ୍ତ ।

Leave A Reply

Your email address will not be published.