ସାକ୍ଷୀଗୋପାଳ,୨୫।୭(ଏସଏସନିଉଜ)ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାକାଳ ସଠିକ ଉତ୍ତର ଦେଇ ଭଲଭାବେ କଥା କହି ପାରିନଥିବା ୨୦ମାସ ବୟସର ଶିଶୁ କନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି । ବିଭିନ୍ନ ପ୍ରଜାତିର ୧୯ ଟି ବନ୍ୟଜନ୍ତୁ, ୧୭ ଗୃହପାଳିତ ପଶୁ, ୧୩ ପକ୍ଷୀ, ୧୮ ପ୍ରକାର ପନିପରିବା, ୨୦ ଟି ଯାନବାହାନ, ୨୬ ଟି ଇଂରାଜୀ ଅକ୍ଷର ଓ ବ୍ୟବହୃତ ଶଦ୍ଦାବଳି, ଭିନ୍ନ ଭିନ୍ନ ପ୍ରକାରର ୨୦ଟି ଫଳ, ମଣିଷ ଶରୀରର ୧୪ଟି ଅଙ୍ଗ ପ୍ରତ୍ୟଙ୍ଗ ଚିହ୍ନିତ କରିବା ସଙ୍ଗେ ସଙ୍ଗେ ୫ଟି ସାଧାରଣଜ୍ଞାନର ତତକ୍ଷଣାତ୍ ସଠିକଉତ୍ତର ଦେବାରେ ସଫଳ ହୋଇଛନ୍ତି। ଏହି କୃତିତ୍ବ ପାଇଁ ଇଣ୍ଡିଆ ବୁକ୍ସଅଫ୍ ରେକର୍ଡସ୍ ର ମୁଖ୍ୟ ସମ୍ପାଦକ ଡଃ ବିଶ୍ବରୁପ ରାୟ ଚ୍ୟୈଧୁରୀ ଶିଶୁଟିକୁ ଚଳିତ ମାସ ୧୪ତାରିଖରେ ପ୍ରମାଣପତ୍ର ଓ ପଦକ ପ୍ରଦାନ କରି ଉତ୍ସାହିତ କରିଛନ୍ତି।ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର କୁନିଝିଅ ଶ୍ରେୟାଶଂର ମାତା ତପସ୍ବୀନ ପଣ୍ଡା ଓ ପିତା ଶିବଶଙ୍କର ପଣ୍ଡାଙ୍କ ପରିବାରରେ ଏଥିପାଇଁ ଖୁସିର ଲହରୀ ଖେଳିଯାଇଛି। ପୁରୀ ସହରରେ ରହୁଥିବା ଏହି ପରିବାରକୁ ବିଭିନ୍ନ ମହଲରୁ ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ପହଞ୍ଚିବାରେ ଲାଗିଛି।
