ସାବିତ୍ରୀରେ ସ୍ୱାମୀଙ୍କୁ ପଥରରେ ଛେଚି ଗୁରୁତର କଲା ସ୍ତ୍ରୀ

0 258

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ସ୍ୱାମୀଙ୍କ ଦୀର୍ଘାୟୂ କାମନା କରି ସାବିତ୍ରୀ ବ୍ରତ ପାଳୁଛି ସ୍ତ୍ରୀ। ପୂଜା କରୁଛି ଓ ଉପବାସ ରହୁଛି। ଆଉ ଦୀର୍ଘାୟୂ ପାଇଁ କାମନା କରୁଛି। ହେଲେ ସେହି ସ୍ତ୍ରୀ ଆଜି ଉଗ୍ରରୂପ ଧାରଣ କରିଛି। ସାମାନ୍ୟ କଳିକୁ କେନ୍ଦ୍ର କରି ସାବିତ୍ରୀରେ ସାତ ଜନମର ସାଥୀଙ୍କୁ ଘରୋଇ କଳିରୁ ପଥରରେ ଛେଚି ଦେଇଛି। ଆଜି ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁର ମୋଟୁ ମୁଣ୍ଡା ଆଜି ସକାଳେ ଘରେ ଶୋଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଘରୁ ବାହାରି ଥିଲେ। ଏହାକୁ ନେଇ ମୋଟୁ ଓ ତାଙ୍କ ସ୍ତ୍ରୀ ଦ୍ରୌପଦୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦ୍ରୌପଦୀ ଏକ ଇଟାରେ ସ୍ୱାମୀ ମୋଟୁଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.