ବାରଙ୍ଗ,୮।୫(ଏସଏସନିୟୁଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ମଧୁବନ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ପରିସରରେ ନୂଆ ଦିଲ୍ଲୀସ୍ଥିତ ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରିୟ ଆୟୋଗ ନିର୍ଦ୍ଦେଶରେ ଭାରତବର୍ଷକୁ ଟିବି ଜୀବାଣୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ଶିବିର ଗୁରୁବାର ଦିବା ୧୦ଘଟିକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ମଧୁମେହ ରକ୍ତ ପରୀକ୍ଷା ସହ ପ୍ରାୟ ୭୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ଟିବି ରୋଗଠାରୁ ଆମ୍ଭେମାନେ ଦୂରେଇ ରହିବାର ଜୀବନ ଶୈଳୀ ବିଷୟରେ ସମସ୍ତଙ୍କୁ ବୁଝାଇ ଦିଆଯାଇଥିଲା । ପ୍ରତିଦିନ ଯୋଗାସନ ଓ ପ୍ରାଣାୟାମ ସହ ଧ୍ୟାନ କରିବାର ଉପକାରିତା ବିଷୟରେ ଆଲୋଚନା କରାଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ରମାକାନ୍ତ ରାଉତ, ଡାକ୍ତର ଅକ୍ଷୟ କୁମାର ଡାକ୍ତର ଧୁବ ପ୍ରସାଦଙ୍କ ଦ୍ୱାରା ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଉକ୍ତ ଶିବିରକୁ ବ୍ରହ୍ମାକୁମାରୀ ଶ୍ରୁତି ଭଉଣୀ , ବ୍ରହ୍ମା କୁମାରୀ କାଜଲ ଭଉଣୀ ଓ ବ୍ରହ୍ମାସୁମାର ମହେନ୍ଦ୍ର ଭାଇ, ଶ୍ରୀକେଦାର ,ଗୁଲଚାମନ ପ୍ରମୁଖ ପରିଚାଳନା କରିଥିଲେ । ଇଶ୍ୱରୀୟ ବିଶ୍ଵବିଦ୍ୟ।ଳୟ ମୁଖ୍ୟ ବ୍ରହ୍ମାକୁମାରୀ ଅରୁଣା ଭଉଣୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।