ସଚେତନତା ସୃଷ୍ଟିକଲେ ଛାତ୍ରଛାତ୍ରୀ

0 521

ମେଣ୍ଢାଶାଳ,୧୭/୩(ଏସଏସନିୟୁଜ)ରାଜ୍ୟରେଦେଖାଦେଇଥିବା କରୋନା ସଂକ୍ରାମଣଠାରୁ ନିଜକୁ ରକ୍ଷା କରିବାପାଇଁ ଜନସଚେତନତାର ଆବଶ୍ୟକତା ରହଛି । ରାଜ୍ୟସରକାର ଜନସାଧାରଣଙ୍କୁ ଏଥିରୁ ରକ୍ଷା କରିବାପାଇଁ ଆଗରୁ ପୁର୍ବ ପ୍ରସ୍ତୁତିପର୍ବ କରିଛନ୍ତି । ଏଥିନିମନ୍ତେ  କଣ କରିବା ଦରକାର , କଣ କରିବା ଦରକାରନୁହେଁ , ଏହାର ଲକ୍ଷଣ ଓ ପ୍ରତିକାର କଣକରିବା ଦରକାର ବୋଲି ପ୍ରଚାରପ୍ରସାର ଚଲାଇଛନ୍ତି ।ତେବେ ଏହି ଜନସଚେତନା ସୃଷ୍ଟି କରିବାରେ ସାମିଲ ହୋଇଛନ୍ତି ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ।

ମଙ୍ଗଳବାରଦିନ ବିଦ୍ୟାଳୟର ସ୍କାଉଟ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବିଦ୍ୟାଳୟଠାରୁ ବାହାରି ମେଣ୍ଢାଶାଳ ବଜାର ପର୍ଯ୍ୟନ୍ତ ଯାଇଥିଲେ ।ଏହି ରାସ୍ତାଦେଇ ଯାଉଥିବା ସ୍ଥାନୀୟ ଗ୍ରାମର ଲୋକମାନଙ୍କୁ ରୋକି ସଚେତନ କରାଇଥିଲେ । ପରେ ମେଣ୍ଢାଶାଳବଜାରକୁ ଯାଇ ସମସ୍ତ ଦୋକ।ନୀମାନଙ୍କୁ ବୁଝାଇବା ସହ ପ୍ରଚ।ରପତ୍ର ବାଂଟିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କୁଲର ଗାଇଡଶିକ୍ଷକ ବିଶ୍ୱାମିତ୍ରଷଡଙ୍ଗୀ, ସ୍କାଉଟଶିକ୍ଷକ ବ୍ରହ୍ମାନନନ୍ଦମୁର୍ମୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.