ସଡକ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର

0 259

ମାଲକାନଗିରି, ୧୮/୯(ଏସଏସନିୟୁଜ) ଆଜି ଅପରାହ୍ନରେ ମୋଟୁ ଥାନା ଅନ୍ତର୍ଗତ ଏମ ଭି ୮୮ ଗ୍ରାମ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି ।ଏଥିରେ ୪ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି ।ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଏମ ଭି ୭୯ ମେଡିକାଲ କୁ ପଠାଯାଇଥିବା ଜଣା ପଡ଼ିଛି। ଖବର ପାଇ ମୋଟୁ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତକରିବାସହ ମୃତକଙ୍କ ଶବକୁ ବ୍ୟବଛେଦପାଇଁ ପଠାଇଛନ୍ତି ।

Leave A Reply

Your email address will not be published.