ସଫଳତା ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

କଟକ, ୨୬।୮(ଏସଏସନିଉଜ)ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ (OJPT) ଦ୍ଵାରା ପରିଚାଳିତ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀ ପକ୍ଷରୁ ଅଗ୍ନିବୀର ପରୀକ୍ଷାରେ ସଫଳତା ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ନରଣପୁର ଠାରେ ଥିବା ଏକାଡ଼େମୀ ପରିସରରେ ବୁଧବାର ଦିନ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଆଇ.ଏ.ଏସ୍ ସନ୍ତୋଷ କୁମାର ଶତପଥୀ, ଏକ୍ସ ମେମ୍ବର ଅଫ୍ ଷ୍ଟେଟ୍ ୱମେନ୍ କମିଶନ୍ ନମ୍ରତା ଚଢ଼ା, ଡାଇରେକ୍ଟର ଆଇ.ଆଇ.ଜି ଭାରସିଟି ଅଦିତ୍ ଜେନା, ପୂର୍ବତନ ଏନ୍. ସି. ସି. ଗ୍ରୁପ୍ କମାଣ୍ଡର୍ ଏବଂ ସିନିୟର୍ ଆର୍ମୀ ଅଫିସର୍, କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ
ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀର ୨୦୨୬ର ପ୍ରଥମ ବ୍ୟାଚ୍‌ର ଯେଉଁମାନେ ଅଗ୍ନିବୀର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସେମାନଙ୍କୁ ସମ୍ମାନିତ କରିଥିଲେ।
ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ୱାଇଁ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ପରିଶ୍ରମ, ଅଭିଭାବକମାନଙ୍କ ସହଯୋଗ ଏବଂ ପ୍ରଶିକ୍ଷକମାନଙ୍କ ମାର୍ଗଦର୍ଶନକୁ ପ୍ରଶଂସା କରିଥିଲେ।
ଆଗାମୀଦିନରେ ଅଧିକ ଯୁବକ ଯୁବତୀମାନଙ୍କୁ ସଶସ୍ତ୍ର ବାହିନୀ, ବିଭିନ୍ନ ୟୁନିଫର୍ମଡ୍ ସର୍ଭିସ୍ ଓ ସରକାରୀ ଚାକିରି ପାଇଁ ଉତ୍ତମ ପ୍ରଶିକ୍ଷଣ ମାର୍ଗଦର୍ଶନ ପ୍ରଦାନ କରିବା ସହିତ ସାମାଜିକ ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି କହିଥିଲେ।
ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ଗତ ୧୮ ମାସ ମଧ୍ୟରେ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ସରକାରୀ ଚାକିରି ହାସଲ କରିବା ସହିତ ବିଭିନ୍ନ ୟୁନିଫର୍ମଡ୍ ସର୍ଭିସ୍‌ରେ ନିଯୁକ୍ତ ପାଇଛନ୍ତି।ସେଥିମଧ୍ୟରୁ ୩୦ ଜଣ ଛାତ୍ର ଅଧିକାରୀ ଭାବେ ସଶସ୍ତ୍ର ବାହିନୀରେ ଯୋଗଦାନ କରିଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.