ସାକ୍ଷୀଗୋପାଳ,୨୩ା୪(ଏସଏସନିଉଜ)ଅମର ରହେ ଅମର ରହେ.. ସହିଦ ଦେବାଶିଷ ଅମର ରହେ।ଏହି ନାରାବାଜିରେ ହଜାରହଜାର ଜନତା ସହିଦ ସୈନିକ ଦେବାଶିଷବିଶ୍ବାଳଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ପାଛୋଟି ନେଇଥିଲେ । ଏହାପରେ ‘ଗାର୍ଡ ଅଫ୍ ଅନର୍’ ସହିତ ରତ୍ନଚିରା ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଛନ୍ତି ଲାନ୍ସନାୟକ ଦେବାଶିଷ ବିଶ୍ବାଳ (ସାହିତ୍ୟ)। ଶନିବାରଦିନ ବିମାନଯୋଗେ ତାଙ୍କ ପାର୍ଥିବଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ।ସେଠାରୁ ସହିଦଙ୍କ ଗାଁ’ ସତ୍ୟବାଦୀ ଅଳଗୁମସ୍ଥିତ ଖଣ୍ଡାୟତସାହିକୁ ମରଶରୀର ନିଆଯାଇଥିଲା। ବୀର ଓଡ଼ିଆ ଯବାନଙ୍କୁ ସ୍ବାଗତ୍ କରିବା ପାଇଁ ସେଠାରେ ବହୁସଂଖ୍ୟାରେ ଜନସାଧାରଣ ଓ ତାଙ୍କ ସାଙ୍ଗସାଥୀ ଅପେକ୍ଷା କରି ରହିଥିଲେ। ସତ୍ୟବାଦୀରୁ ସହିଦଙ୍କ ଜନ୍ମମାଟି ଖଣ୍ଡାୟତସାହିର ଦୂରତ୍ବ ୭ କିଲୋମିଟର ପର୍ଯ୍ୟନ୍ତ ଲୋକମାେନେ ଚାଲିଚାଲି ଶୋଭାଯାତ୍ରାରେ ଯାଇଥିଲେ। ଗାଁ ଶ୍ମଶାନରେ ତୋପ ସଲାମୀ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
