ସକାଳ ୭ରୁ ପହଣ୍ଡି

0 508

ସଂକ୍ଷେପରେ ଆଜି ସକାଳର ଖବର (ତାରିଖ ୨୩/୦୬/୨୦, ମଙ୍ଗଳବାର)

୧-ଆଜି ଶ୍ରୀକ୍ଷେତ୍ରରେ ରଥଯାତ୍ରା : ସକାଳ ୭ରୁ ପହଣ୍ଡି,୧୨ଟାରେ ରଥଟଣା।
୨-ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଦିନ ୨ଟା ଯାଏଁ ପୁରୀ ଜିଲ୍ଲା ସଟ୍ ଡାଉନ୍।
୩-୮୦ ଟଙ୍କା ଟପିଲା ପେଟ୍ରୋଲ; ୧୬ ଦିନ ହେଲା ବଢ଼ି ଚାଲିଛି ତେଲ ଦର।
୪-ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଶକ୍ତିର ପରିଚୟ: ଦିଲିପ ରାୟ।
୫-ତିନି ମନ୍ତ୍ରୀ ଓ ଯୋଜନାବୋର୍ଡ଼ ଉପାଧ୍ୟକ୍ଷଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ, ରଥଯାତ୍ରରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପୁରୀରେ ଡ଼େରା ପକାଇବେ।
୬-ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ: ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ଘରେ ଯୋଗାଅ ବ୍ୟାଙ୍କ ସେବା।
୭-ଭୂକମ୍ପରେ କମ୍ପିଲା ରାୟଗଡ଼ା,ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୬।
୮-ଚିହ୍ନଟ ହେଲେ ଯେତିକି ସୁସ୍ଥ ହେଲେ ସେତିକି,ଗତ କାଲି ସକାଳେ ଚିହ୍ନଟ ହୋଇଥିଲେ ୧୪୩, ଅପରାହ୍ନରେ ସୁସ୍ଥ ହେଲେ ୧୪୩।
୯-୧୫ଜିଲାରେ ପ୍ରତିଷ୍ଠା ହେବ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର।
୧୦-‘ଫେବିଫ୍ଲୁ’ ଏବଂ ‘କୋଭିଫୋର’ ପରେ କରୋନା ଚିକିତ୍ସାରେ ବ୍ୟବହାର ହେବ ସିପ୍ଲାର ‘ସିପ୍ରେମି’।
୧୧-ସହିଦ୍ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ଙ୍କୁ ଡେପୁଟି କଲେକ୍ଟର ପଦରେ ନିଯୁକ୍ତି ଦେଲେ ତେଲେଙ୍ଗାନା ସରକାର।
୧୨-ଭାରତ-ଚୀନ ବିବାଦ ମଧ୍ୟରେ, ଋଷଠାରୁ S-400 ଆଣ୍ଟି ମିସାଇଲ ସିଷ୍ଟମ ଆଣିବା ପାଇଁ ରାଜନାଥ ସିଂହଙ୍କ ଋଷ ଗସ୍ତ କାର୍ଯ୍ୟକ୍ରମ ।
ପବିତ୍ର ରଥଯାତ୍ରା ଉପଲକ୍ଷେ ସତ୍ୟସନ୍ଧାନ ଓବ୍‌ଚ୍ୟାନେଲ ପରିବାର ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

Leave A Reply

Your email address will not be published.