ସକାଳେ ଏନକାଉଣ୍ଟର ରାତିରେ ହତ୍ୟା

ଗଞ୍ଜାମ,୩।୮(ଏସଏସନିଉଜ)ଗଞ୍ଜାମରେ ଶାନ୍ତି ଫେରୁନି। ଶନିବାରସକାଳୁ ଦୁର୍ଦ୍ଦାନ୍ତଅପରାଧୀ ସୁନୀଲ ନାହାକ ଓରଫ ମଲ୍ଲକୁ ପୁଲିସ ଏନକାଉଣ୍ଟର କରିଥିବା ବେଳେ ସନ୍ଧ୍ୟାରେ ରମ୍ଭା ଥାନା ଅନ୍ତର୍ଗତ ଆର. ବାହାଡାପଲ୍ଲୀ ଗ୍ରାମର ବି.ମନୁ ପ୍ରଧାନ (୫୫)ଙ୍କୁ ହତ୍ୟା କରିଛନ୍ତି। ଶନିବାର ରାତି ୮.୩୦ରେ ସେ ସାବୁଳିଆରୁ ନିଜ ଗ୍ରାମକୁ ବାଇକରେ ଫେରୁଥିବା ବେଳେ ରମ୍ଭା ରେଳ ଫାଟକ ନିକଟରେ ତାଙ୍କୁ କେତେକ ଯୁବକ ଘେରି ଆତର୍କିତ ଭାବେ ଆକ୍ରମଣ କରିଥିଲେ। ସେ ତଳେ ପଡିଯିବା ପରେ ମାରଣାସ୍ତ୍ର ରେ ତାଙ୍କୁ ନିର୍ମମ ଭାବେ ହାଣି ପକାଇଥିଲେ। ଏମକେସିଜିରେ ତାଙ୍କର ମୃତ୍ୟୁ ହୋଇଛି।

- Advertisement -

Leave A Reply

Your email address will not be published.