ସାକ୍ଷୀଗୋପାଳରୁ ଶ୍ରୀକ୍ଷେତ୍ର ଗଲା ବଉଳକାଠ

0 179

ସାକ୍ଷୀଗୋପାଳ,୨୧/୬(ଏସଏସନିୟୁଜ) ନିର୍ଜଳା ଏକାଦଶୀ ତିଥିରେ ସତ୍ୟବାଦୀରୁ ବଉଳକାଠପୁରୀ ଅଭିମୁଖେ ଯାତ୍ରା କରିଛି । ସାରୁଗାଡିଆ ସାହି ସ୍ଥିତ ସଂରକ୍ଷିତ ମନ୍ଦିର ଜଙ୍ଗଲରେ ଚିହ୍ନଟ କରାଯାଇଥିବା ବଉଳ ଗଛ କୁ ଆଜି ଗ୍ରାମବାସୀମାନେ ପୁଜାର୍ଜନା କରିଥିଲେ ।ପରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ ବଉଳ ବୃକ୍ଷରେ ବନ୍ଧାଯାଇ ଧୂପ, ଦୀପ, ଭୋଗ କରାଯିବା ପରେ ଭୋଇ ସେବକ ଧୃବ ଚରଣ ଭୋଇ ନଡିଆ ବାଡେଇ ଗଛରେ ପଥମ ଚୋଟ ମାରିଥିଲେ । ପରେ ସାଙ୍ଗରେ ଆସିଥିବା ଅନ୍ୟମାନେ ବଉଳବୃକ୍ଷ ଛେଦନ କରିଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ସାକ୍ଷୀଗୋପାଳ ବକୁଳବନରୁ ଶ୍ରୀ ଜିଉଙ୍କ ରଥଯାତ୍ର ପାଇଁ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳକାଠ ସଂଗ୍ରହ କରାଯାଇଥାଏ । ଶଗଡରେ କାଠ ଲଦାଯିବାପରେ ହରିବୋଲହୁଳହୁଳିଧ୍ୱନୀ ସହ ସଙ୍କିର୍ତନ କରାଯାଇ ସିଦ୍ଧବକୁଳଙ୍କ ମନ୍ଦିର ପର‌୍ୟ୍ୟନ୍ତ ଅଣାଯାଇଥିଲା । ସେଠାରେ ଭକ୍ତ ମାନଙ୍କ ଦର୍ଶନ ପାଇଁ କିଛି ସମୟ ରଖାଯିବାପରେ କାଠ ଶଗଡିକୁ ଅଂଚଳବାସୀ ମେଲାଣି ଦେବାପରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.