କେନ୍ଦ୍ରାପଡ଼ା,୨୪।୭(ଏସଏସନିଉଜ )NHରେ ଗଳାକଟା ଘଟଣାରେ ଅଭିଯୁକ୍ତ ଗାର୍ଲଫ୍ରେଣ୍ତ ଗିରଫ ହୋଇଛି।ତିର୍ତ୍ତୋଲ ଥାନା ଅଡାପଟି ଗାଁରୁ ଗିରଫ ନେଇ କେନ୍ଦ୍ରାପଡ଼ା ଏସ୍ପିଙ୍କ ପକ୍ଷରୁ ସୂଚନା ମିଳିଛି।ଅଭିଯୁକ୍ତ ମହିଳା ପୀଡ଼ିତ ସତ୍ୟଜିତଙ୍କ ସମ୍ପର୍କୀୟ ଶାଳୀ।ସତ୍ୟଜିତଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସମ୍ପର୍କ ଘନିଷ୍ଠ ହୋଇଥିଲା।ମହିଳାଜଣଙ୍କ କର୍ମକ୍ଷେତ୍ରରେ ଆଉ ଜଣଙ୍କ ସହ ସମ୍ପର୍କ ସନ୍ଦେହରୁ ବିବାଦ ଦେଖାଦେଇଥିଲା।କେନ୍ଦ୍ରାପଡ଼ା ବୁଲି ଆସିବା ବାହାନାରେ ହଜାରୀ ଛକ ନିକଟରେ ଆକ୍ରମଣ କରାଯାଇଥିଲା।ଧାରୁଆ ଅସ୍ତ୍ରରେ ଗଳା କାଟି ଅଭିଯୁକ୍ତ ଜଣଙ୍କ ଚମ୍ପଟ୍ ମାରିଥିଲା।ପୂର୍ବରୁ ଗୁରୁତର ଥିବା ସତ୍ୟଜିତ ଗାର୍ଲଫ୍ରେଣ୍ଡ ଏପରି କରିଥିବା କହିଥିଲେ ଏସପି।
