ସମସ୍ତଥାନା ହେବ ସଶକ୍ତ-ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ

0 244

ଭୁୁବନେଶ୍ୱର.୧୬/୬(ଏସଏସନିୟୁଜ)ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଅତିରିକ୍ତ ଡି.ଜି ରେଳବାଇ ,ପୋଲିସ କମିଶନର ଭୁବନେଶ୍ୱର-କଟକ,ଅତିରିକ୍ତ ଡି.ଜି ଗୁଇନ୍ଦା,ରାଜ୍ୟର ସମସ୍ଥ ରେଂଜ ଆଇ.ଜି,ଡି.ଆଇ.ଜି,ଡି.ସି.ପି ଭୁବନେଶ୍ୱର/କଟକ . ଏସ୍‌.ଆର୍‌.ପି , କଟକ/ରାଉରକେଲା ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୁର୍ଣ ପ୍ରସଙ୍ଗ ଗୁଡିକର ସମିକ୍ଷା କରିଥିଲେ ।
ଅତିରିକ୍ତ ମାନବ ସମ୍ବଳପ୍ରଦାନ କରି ରାଜ୍ୟର ସମସ୍ତଥାନାକୁ ସଶକ୍ତ କରାଯିବ । ଏହା ସହ ନିମ୍ନ ପ୍ରସଙ୍ଗ ଉପରେ ବିସ୍ତାରିତ ଆଲୋଚନା କରାଯାଇଥିଲା । କାର୍ଯ୍ୟାଳୟରେ ଦୈନଦିନ କାର୍ଯ୍ୟଶୈଳୀରେ ପରିବର୍ତନ ଆଣିବାପଇଁ କାର୍ଯ୍ୟାଳୟରେ ସାମାଜିକ ଦୁରତ୍ୱ ଅବଲମ୍ବନ,ଗିରଫ,ଅନୁସନ୍ଧାନ ଓ ତଦନ୍ତ ସମୟରେ ଯଥେଷ୍ଟ ସର୍ତକତା ଅବଲମ୍ବନ କରିବା,କୋଭିଡ-୧୯ ସମ୍ବଦ୍ଧୀୟ ନିୟମକୁ କଡାକଡି ପ୍ରବର୍ତନ କରିବା,ସଚେତନ ସୃଷ୍ଟିକରିବା ଓ ଜନହିତୈଷୀ କାର୍ଯ୍ୟ କରିବାକୁ ପୋଲିସକୁ ପରାମର୍ଶ ଦେଇଥିଲେ ।ଏହାସହ ,ପୋଲିସ କର୍ମଚାରୀଙ୍କର ବିଭିର୍ଣ ପ୍ରସଙ୍ଗ,ନିର୍ଭୟା ପାଣ୍ଠିରୁ ଥାନାଗୁଡିକ ପାଇଁ ବିଭିର୍ଣ ସରଞାମ କ୍ରୟ କରିବା,ସି.ସି.ଟି.ଏନ୍‌.ଏସ୍ ପ୍ରସଙ୍ଗ,ବ୍ୟକ୍ତିଗତ ସୁରକ୍ଷାସରଞାମ ଏବଂ ଅନ୍ୟାନ୍ୟ ଉପକରଣ ସାନିଟାଇଜର ଆଦିର ଯୋଗାଣ ଆଦି ବିଷୟରେ ଆଲୋଚନା କରିଥିଲେ ।ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ଡି.ଜି ଗୁଇନ୍ଦା,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ହେଡକ୍ୱାଟର୍ସ)ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଶୃଙ୍ଖଳା),ଆଇ.ଜି(ରାଜ୍ୟ ଅପରାଧ ନଥିସଂସ୍ଥା),ଆଇ.ଜି(ଆଧୁନିକିକରଣ),ଆଇ.ଜି(ପ୍ରୋଭିଜନିଙ୍ଗ) ଓ ଆଇ.ଜି(ପର୍ସୋନେଲ)  ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.