ବାପାଙ୍କ ବିବାହ ବାର୍ଷିକ ଉତ୍ସବରେ , ରିଲିଫ୍ ପାଣ୍ଠି କୁ ଟଙ୍କା ଦାନ କଲେ ପୁଅ

0 306

ଭୁବନେଶ୍ବର:୧୬/୬(ଏସଏସଏନ୍) ବାପାଙ୍କ ବିବାହର ୫୦ ତମ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା ଦାନ କରିଛନ୍ତି ପୁଅ । ପୁଅ ର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସମସ୍ତେ। ଏଭଳି ଦୃଶ୍ୟ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ଦେଖିବାକୁ ମିଳିଛି । ପ୍ରକାଶ ଯେ , ଉକ୍ତ ଗ୍ରାମର ସଂଗ୍ରାମ ରାଉତ । ପେଶା ରେ ଜଣେ ଶିକ୍ଷକ । ଦୀର୍ଘ ଦିନ ହେବ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଆସନ୍ତା କାଲି ଅର୍ଥାତ୍ ବୁଧବାର ଦିନ ତାଙ୍କ ବାପା ରୋହିତ ରାଉତ ଙ୍କ ୫୦ତମ ବିବାହ ଉତ୍ସବ  । ଏହି ଅବସରରେ କରୋନା ଯୋର୍ଦ୍ଧାଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ମଙ୍ଗଳବାର ଦିନ ବାପା ରୋହିତ ରାଉତ, ମା ଓ ପୁଅ ସଂଗ୍ରାମ ରାଉତ ଉପସ୍ଥିତ ରହି ରଘୁନାଥପୁର ଷ୍ଟେଟବ୍ୟାଙ୍କ ମ୍ୟାନେଜରଙ୍କୁ ୫ହଜାର ୫ସହ ୫୫ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।ତା ସହିତ ଆସନ୍ତା କାଲି ଭୁବନେଶ୍ବର ଡମଣାସ୍ଥିତ ଥିବା ବାବାଙ୍କ ଆଶ୍ରମରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି କହିଛନ୍ତି ସଂଗ୍ରାମ । ତାଙ୍କର ଏଭଳି ମହତ୍ କାର୍ଯ୍ୟ ସାଧାରଣରେ ଉଦାହରଣ ପାଲଟିଥିବା ବେଳେ ସମସ୍ତେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.