ସାମ୍ବାଦିକଙ୍କ ମାତୃବିୟୋଗ

0 184

ଚନ୍ଦକା,୯ା୩(ଏସଏସନିଉଜ)ଭୁବନେଶ୍ବର ବ୍ଲକଅନ୍ତର୍ଗତ ଦାରୁଠେଙ୍ଗଗ୍ରାମର ସାମ୍ବାଦିକ ପ୍ରଦୀପ କୁମାରସ୍ୱାଇଁଙ୍କ ମାତା ଲୋଭାସ୍ୱାଇଁଙ୍କର ଗତକାଲି ରାତିରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି ।ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା ।ସେ ଜଣେ ସମାଜସେବୀ. ପରଉପକାରୀ. ଧର୍ମପରାୟଣ. ମିଷ୍ଟଭାସି ମହିଳା ଥିଲେ ।ତାଙ୍କ ବିୟୋଗରେ ଦାରୁଠେଙ୍ଗ .ଚନ୍ଦକା. ଆଦି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ମୃତ ସମୟରେ ତାଙ୍କର ଚାରିପୁଅ. ବୋହୁ. ନାତିନାତୁଣୀ ଉପସ୍ଥିତ ଥିଲେ ।ସ୍ୱର୍ଗତ ଲୋଭାସ୍ୱାଇଁ ବହୁଦିନହେଲା ପକ୍ଷପାତିରୋଗରେ ଆକ୍ରାନ୍ତହୋଇ ଚିକିତ୍ସିତ ହେଉଥିଲେ ।ଏହି ଦୁଃଖଦ ଖବରପାଇ  ବିଜେଡି ନେତା ବିଭୁତି ବଳବନ୍ତରାୟ ,ପିତବାସଦାସ. ସମାଜ ସେବୀ ଅକ୍ଷୟପ୍ରଧାନ. ମାଗୁଣିସାହୁ. ରାମଚନ୍ଦ୍ର ନାୟକ. ପୁରସ୍ତମ ମଙ୍ଗରାଜ, ଦିଲୀପସାମନ୍ତରାୟ. ସୁଧିରବେଉରାଙ୍କ ସମେତ ଆଖପାଖଅଞ୍ଚଳର ବହୁମାନ୍ୟଗଣ୍ୟବ୍ୟକ୍ତି ଆସି ବାସଭବନରେ ଶେଷଦର୍ଶନ କରିଥିଲୋ ।ମଝିଆପୁତ୍ର ମଦନ ମୁଖାଅଗ୍ନି ଦେଇଥିବାବେଳେ ଗାଁଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।(ପଦ୍ଗଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.