ସାମାନ୍ୟ ବଚସା ନେଲା ୨ ଯୁବକଙ୍କ ଜୀବନ

0 397

କୋରାପୁଟ, ୨୨/୪(ଏସଏସନିଉଜ) ସାମାନ୍ୟ ବଚସାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଚୈତ୍ର ପର୍ବ ଚାଲିଥିବା ବେଳେ ଏହିଭଳି ଅଭାବନୀୟ ଘଟଣା ଦାମନଯୋଡ଼ି ଥାନା ସିନ୍ଧିପାର ଗାଁରେ ଘଟିଛି। ସିନ୍ଧିପାର ଗାଁରେ ଚୈତ୍ର ପର୍ବ ପାଳନ ଚାଲିଥିବାବେଳେ ଝଡିଗୁଡା ଗ୍ରାମର ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସିନ୍ଧିପାର ଗାଁ ଲୋକଙ୍କ ଆକ୍ରମଣରେ ଝଡିଗୁଡା ଗ୍ରାମର ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ଏହି ଘଟଣାରେ ଅନ୍ୟଜଣେ ଗୁରୁତର ଆହତ ହୋଇ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛି ।ଖବରପାଇ ଦାମନଯୋଡ଼ି ଥାନା ପୁଲିସ ଆସି ତଦନ୍ତ ଆରମ୍ଭ କରିବା ସହ ଗାଁରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛି ।

Leave A Reply

Your email address will not be published.