ଶିକାରୀ ଗୁଳିମାଡ଼ରେ ବନ କର୍ମଚାରୀ ଗୁରୁତର

0 344

ବାରିପଦା, ୨୨/୪(ଏସଏସନିଉଜ)ଶିମିଳିପାଳ ଜଙ୍ଗଲରେ ଶିକାରୀ ଗୁଳିମାଡ଼ରେ ସୁନାରାମ ସିଂହ ନାମକବନ କର୍ମଚାରୀ ଗୁରୁତର ଆହତ ହୋଇ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖୁଣ୍ଟା ଓ ଉଦଳା ଥାନା ଅଞ୍ଚଳର କିଛି ଶିକାରୀ ବନ୍ଧୁକ ଓ ଧନୁତୀର ଧରି ପଶୁ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟର ଡୁକୁରା ରେଞ୍ଜରେ ପଶିଥିବାର ଖବର ମିଳିଥିଲା ।ଖବର ପାଇ ବନ କର୍ମଚାରୀ ଓ ସବୁଜ ବାହିନୀ କର୍ମଚାରୀଙ୍କୁ ନେଇ ଗଠିତ ୬ଜଣିଆ ଟିମ୍ ଜଙ୍ଗଲ ଭିତରକୁ ଅପରେସନ୍‌ରେ ବାହାରିଥିଲା ।ହୋପରେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଥିଲେ ।ଶିକାରୀଙ୍କ ଗୁଳି ବନ କର୍ମଚାରୀସୁନାରାମ ସିଂହ ଗୋଡ଼ରେ ବାଜିଥିଲା।ଏହାପରେ କୈାଶଳକ୍ରମେ ଶିକାରୀ ଫେରାର ହୋଇଯାଇଥିଲେ ।ଅନ୍ୟ କର୍ମଚାରୀମାନେ ଆହତ ସୁନାରାମକୁ ଉଦ୍ଧାର କରିଆଣିଥିଲେ ।

Leave A Reply

Your email address will not be published.