ସମ୍ପ୍ରସାରଣ ହେଲା ମୋଦୀଙ୍କ ମନ୍ତ୍ରିମଣ୍ଡଳ

0 213

ଭୁବନେଶ୍ୱର,୭/୭(ଏସଏସନିୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି । ଏଥିରେ ୪୩ ନୂଆ ମନ୍ତ୍ରୀ ସାମିଲ ହୋଇଥିବା ବେଳେ ବହୁ ବରିଷ୍ଠ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ମୋଦୀ କ୍ୟାବିନେଟରୁ ଅନେକ ମନ୍ତ୍ରୀଙ୍କ ଛୁଟି କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ବାବୁଲ ସୁପ୍ରିଓଙ୍କ ପରି ମନ୍ତ୍ରୀମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ କ୍ୟାବିନେଟର ସମ୍ପ୍ରସାରଣରେ ୧୦ ଜଣ ମନ୍ତ୍ରୀଙ୍କୁ ପଦୋନ୍ନତି ଦିଆଯାଇ ଥିବାବେଳେ କ୍ୟାବିନେଟରେ ୩୩ ଟି ନୂଆ ଚେହେରାକୁ ସୁଯୋଗ ମିଳିଛି । ମୋଦିଙ୍କକ୍ୟାବିନେଟରେ ବିଶେଷ କରି ଯୁବ ଓ ଉଚ୍ଚ ଶିକ୍ଷିତଙ୍କୁ ଗୁରୁତ୍ଵ  ଦିଆଯାଇଛି । ନୂଆ ମନ୍ତ୍ରିମଣ୍ଡଳର ରେ ୧୩ ଓକିଲ, ୬ ଡାକ୍ତର, ୫ ଇଞ୍ଜିନିଅର ଓ ୭ ପ୍ରଶାସକ ସାମିଲ ହୋଇଥିବାବେଳେ  ୧୧ ମହିଳାଙ୍କୁ ମନ୍ତ୍ରୀ ପଦ ମିଳିଛି ।ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିବା ବେଳେ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିଛନ୍ତି ।ତେବେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ନାରାୟଣ ରାଣେ ଓ ସର୍ବାନନ୍ଦ ସୋନୱାଲଙ୍କ ସହିତ ଡକ୍ଟର ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭୀୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଭୂପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି.କିଶନ ରେଡ୍ଡୀ, ଅନୁରାଗ ଠାକୁର ନୂଆକ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।ତେବେ ଏହି କ୍ୟାବିନେଟ ସଂପ୍ରସାରଣରେ ସର୍ବକନିଷ୍ଠ ମନ୍ତ୍ରୀ ଭାବେ କୁଚବିହାର ସାଂସଦ ନିଶିଥ୍ ପରମାଣିକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଓଡିଶାରୁ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବରେ ଓ ଶପଥ ନେଇଥିବାବେଳେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Leave A Reply

Your email address will not be published.