ସମୁଦ୍ରରେ ଲୀନ ହେବ ଶେଷ ସନ୍ତକ

ଆଜିର ଖବର ତାରିଖ–୩୧-୦୮-୨୦୨୧(ମଙ୍ଗଳବାର)

0 294

୧. ସେପ୍ଟେମ୍ବର ୧ରୁ ଖୋଲିବ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ ।
୨. ସମୁଦ୍ରରେ ଲୀନ ହେବାକୁ ବସିଲାଣି ସାତଭାୟାର ଶେଷ ସନ୍ତକ, ଗଭୀର ସମୁଦ୍ର ଆଁରେ ଐତିହ୍ୟ ।
୩. କାବୁଲ ବିମାନବନ୍ଦରରେ ଆଇଏସ୍‌-ଖୋରାସାନ୍‌ର ବିସ୍ଫୋରଣ ଉଦ୍ୟମ ପଣ୍ଡ କରିବାକୁ ଯାଇ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ୧୦ ଆଫ୍‌ଗାନ୍‌ଙ୍କ ମୃତ୍ୟୁ ଘଟିଛି ।
୪. ଅମିତାଭ ବଚ୍ଚନଙ୍କ ସହ ‘କୌନ ବନେଗା କରୋଡପତି’ ଖେଳିବା ଦେଶବନ୍ଧୁଙ୍କୁ ପଡିଲା ମହଙ୍ଗା, ଅଟକିଲା ୩ ବର୍ଷର ଦରମା ବୃଦ୍ଧି, ଆସିଲା ଚାର୍ଜସିଟ୍ ।
୫. ଭୁବନେଶ୍ୱର ପ୍ରଭୁଜୀ ଇଙ୍ଗଲିସ୍ ମିଡିୟମ ସ୍କୁଲରେ ବିଶ୍ଵହିନ୍ଦୁ ପରିଷଦ ଭୁବନେଶ୍ୱର ମହାନଗର ତରଫରୁ ସ୍ଥାପନା ଦିବସ ଓ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି ।
୬. କାବୁଲ ଏୟାରପୋର୍ଟରେ ରକେଟ ହମଲା କରିଛି ISIS, ନିଜକୁ ଦାୟୀ କଲା ଆତଙ୍କବାଦୀ ସଙ୍ଗଠନ ।
୭. ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟିଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।
୮. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୪୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୨ ହଜାର ୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ୧୧୨ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୬୮୫ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୯୦୧ କୁ ବୃଦ୍ଧି ହୋଇଛି ।
୯. ତାଲିବାନର ଆଫଗାନ ଦଖଲ ପରେ କଶ୍ମୀରରେ ଘଟୁଛି ଚିନ୍ତା ବଢ଼ାଇବା ଭଳି ଘଟଣା । ଗୁଇନ୍ଦା ବିଭାଗ କହିଛି ପ୍ରାୟ ୬ଟି ଆତଙ୍କୀ ସଂଗଠନ ସଦସ୍ୟମାନେ କଶ୍ମୀରରେ ଅନୁପ୍ରବେଶ କରିଛନ୍ତି ।
୧୦. କାଲିଠୁ ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଅନେକ ଅସ୍ତ୍ର । ସେପ୍ଟେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ ।
୧୧. ୧୫ ହଜାର କୋଟି ଟଙ୍କାର ସ୍ବଦେଶୀ ଅସ୍ତ୍ରଶସ୍ତ୍ର କିଣିବ ଭାରତ, ବାୟୁସେନାରେ ସାମିଲ ହେବ ଅତ୍ୟାଧୁନିକ ଆକାଶ ମିସାଇଲ ଏବଂ ଧ୍ରୁବ୍‌ ହେଲିକପ୍ଟର ।
୧୨. ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି, ଆତ୍ମବିଶ୍ବାସ ବୃଦ୍ଧି କରିଛି – ମୁଖ୍ୟମନ୍ତ୍ରୀ ।
୧୩. ତାମିଲନାଡୁ ସରକାରଙ୍କ ପକ୍ଷରୁ ରାଜ୍ୟରେ ଲକଡାଉନ ଅବଧି ସେପ୍ଟେମ୍ବର ୧୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ରାଜ୍ୟରେ ଲକଡାଉନ ଅବଧି ବୃଦ୍ଧି କରିଥିବା ବେଳେ ଶୁକ୍ରବାରରୁ ରବିବାର ଯାଏଁ ଧାର୍ମିକ ସ୍ଥଳ ଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
୧୪. କୋଭିଡ୍-୧୯ର ଆଉ ଏକ ନୂଆ ଭେରିଏଣ୍ଟ ସାରା ଦୁନିଆ ପାଇଁ ଚିନ୍ତାର କାରଣ ହୋଇ ଠିଆ ହୋଇଛି । C.1.2 ନାମକ ଏହି ନୂଆ ଭେରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ମିଳିଛି ।
୧୫. ଭୁବନେଶ୍ବରରୁ ଦିନକରେ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ, ୨୫୮ ସୁସ୍ଥ ।
୧୬. ଅକ୍ଟୋବର-ନଭେମ୍ବରରେ ଚରମରେ ରହିବ କରୋନାର ତୃତୀୟ ଲହର, ସତର୍କ କରାଇଲେ ବିଶେଷଜ୍ଞ ।
୧୭. ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ସ୍କୁଲ ଖୋଲିବା ସମ୍ପର୍କରେ ଏପର୍ଯ୍ୟନ୍ତ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି ।
୧୮. ହରିୟାଣାର କର୍ଣ୍ଣଲଠାରେ ଗତକାଲି ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ହୋଇଥିବା ଲାଠିମାଡ଼ ପରେ ଚାଷୀମାନେ ସେମାନଙ୍କ ଆଭିମୁଖ୍ୟ କଠୋର କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୫ରେ ସେମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି ।
୧୯. ଓଡ଼ିଶାର ପୁରୀରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଜଗନ୍ନାଥ ମନ୍ଦିର ତିଆରି ହେବ ଲକ୍ଷ୍ନୌରେ ।
୨୦. ଦକ୍ଷିଣ-ଆଫ୍ରିକାରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ ସି.୧.୨ ।
୨୧. ଓଡ଼ିଶାର ସମର୍ଥନ ଫଳରେ ଭାରତୀୟ ହକି ନିଜର ହୃତଗୌରବ ଫେରିପାଇବ –ନବୀନ ପଟ୍ଟନାୟକ ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)
ଶୁଭସକାଳ , GOOD MORNING ॥
ଅଖଣ୍ଡମଣ୍ଡଳାକାରଂ ବ୍ୟାପ୍ତଂ ୟେନ ଚରାଚରମ୍ ॥ତତ୍ ପଦଂ ଦର୍ଶିତଂ ୟେନ ତସ୍ମୈ ଶ୍ରୀଗୁରବେ ନମଃ ॥ॐ ଭୂର୍ଭୁବଃ ସ୍ବଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋନଃ ପ୍ରଚୋଦୟାତ୍ ॥ ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ॥

Leave A Reply

Your email address will not be published.