ସବୁ ନଦୀରେ ଜଳସ୍ତର ପୁଣି ବଢିବ

0 120

ଭୁବନେଶ୍ୱର,୧୮/୮(ଏସଏସନିଉଜ) ରାଜ୍ୟର ସବୁ ନଦୀରେ ଆଜି ଜଳସ୍ତର କମିଛି । ବନ୍ୟାର ପିକ୍ ଫ୍ଲୋ ରାତିରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବାହିତ ହୋଇଥିବାବେଳେ ସକାଳ ବେଳକୁ ଜଳସ୍ତର କମିଛି । କିନ୍ତୁ ହୀରାକୁଦର ୪୦ଟି ଗେଟ ଦେଇ ଯେଉଁ ବନ୍ୟା ଜଳ ଛଡାଯାଉଛି ତାହା ଆଜି ମୁଣ୍ଡୁଳିଠାରେ ସକାଳ ୧୦ଟା ୧୧ଟାରେ ପହଞ୍ଚିବ ଏସଆରସିଙ୍କ ପକ୍ଷରୁ ସୁଚନା ଦିଆଯାଇଛି । ହୀରାକୁଦ ଡ୍ୟାମର ସର୍ବାଧିକ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ବର୍ତ୍ତମାନ ଜଳସ୍ତର ୬୨୫.୧୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୪ ଲକ୍ଷ ୬୬ ହଜାର ୫୭୪ କ୍ୟୁସେକ୍ ଜଳ ପଶିବା ସହ ପ୍ରତି ସେକେଣ୍ଡରେ ୬ ଲକ୍ଷ ୭୬ ହଜାର ୨୨୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।ଯାହାଫଳରେ ପୁଣି ଜଳସ୍ତର ବଢିବାସହ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁରରେ ବନ୍ୟା ପାଣି ବଢିବ ବୋଲି ଆଶଙ୍କା ଦେଖାଦେଇଛି ।ବନ୍ୟାପାଣି ବଢିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାରେ ଆଜି ସ୍କୁଲ ଛୁଟି ଘୋଷଣା କରାଯାଇଛି ।

 

Leave A Reply

Your email address will not be published.