ଶଣ୍ଢ ପାଇଁ ତିନି ଗୁରୁତର

0 308

ସାକ୍ଷୀଗୋପାଳ,୯/୬(ଏସଏସନିୟୁଜ) ଶଣ୍ଢ ପାଇଁ ଚିନ୍ତା ବଢିଛି ।ଶଣ୍ଢର ଆକ୍ରମଣ ଫଳରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବଳରାମପୁରଗଡ ପଞ୍ଚାୟତର ନୂଆବୁଢ଼ାକେରା ଗ୍ରାମରେ ତିନିଜଣ ଗୁରୁତର ଆହତ୍ ହୋଇଛନ୍ତି ।ହଠାତ ଶଣ୍ଢଟି ଉପ୍ତାତ କରିବା ସହ ଆକ୍ରମଣ କରିଥିଲା ।ଫଳରେ ଏହି ଗ୍ରାମର ସତ୍ୟନାରାୟଣ ମିଶ୍ର ( ୨୬) , ବଳରାମ ବେହେରା (୨୫) ଓ ମଙ୍ଗୁ ସାହୁ(୪୦) ଶଣ୍ଢ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ଲାକେମାନେ ଶଣ୍ଢଟିର ଉପ୍ତାତ ଯୋଗୁ ତାକୁ କାବୁ କରିବାକୁ ଉଦ୍ୟମ କରିବା ସହ ପଶୁ ଚିକିତ୍ସକଙ୍କୁ କବର ଦେଇଥିଲେ । ପଶୁ ଚିକିତ୍ସା ଅଧିକାରୀ ପହଞ୍ଚି ଶଣ୍ଢଟିକୁ ନିସ୍ତେଜକ ଦେବାପରେ ଶଣ୍ଢଟି ଶୋଇବାପରେ ତାର ଚିକିସ୍‌ା ଆରମ୍ଭ ହୋଇଥିଲା ।ଫଳରେ ଏକ ପ୍ରକାର ଆଶ୍ୱସ୍ତୀ ଗ୍ରାମବାସୀମାନେ ହୋଇଥିଲେ

Leave A Reply

Your email address will not be published.