ଶନିବାର ସନ୍ଧ୍ୟାରେ ମହାନଦୀରେ ବନ୍ୟା !

ଆଜିର ଖବର ତାରିଖ–୧୭-୦୯-୨୦୨୧(ଶୁକ୍ରବାର)

0 486

୧. କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ସମ୍ପନ୍ନ, ମାଁ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗିଲା ।
୨. ୧୩ ଘଣ୍ଟା ସତର୍କ ସଙ୍କେତ ଉପରେ ରହିବାପରେ କମୁଛି ବ୍ରାହ୍ମଣୀର ଜଳସ୍ତର ।
୩. ଡକ୍ଟର ଉର୍ମିଳା ମିଶ୍ର ହେଲେ ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶିକା ।
୪. ଟାଫେ ପକ୍ଷରୁ ଓଡିଶାରେ ମେସି ଫୁର୍ଗସନ ୨୪୪ ଏବଂ ୨୪୬ ଡାଇନାଟ୍ରାକ -୪ଡବ୍ଲୁ ଟ୍ରାକ୍ଟରର ବଜାର ପ୍ରବେଶ ।
୫. Heavy Rain Alert: ବଙ୍ଗୋପ ସାଗରରେ ସାଗରରେ ସୃଷ୍ଟି ହେବାକୁ ଆଉ ଏକ ଲଘୁଚାପ, ଏହି ସବୁ ଜିଲ୍ଲା ପାଇଁ ସତର୍କ ବାଣୀ ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୧୮ ତାରିଖରେ ବଙ୍ଗୋପ ସାଗରର ଉତ୍ତର ଓଡିଶା ଉପକୂଳରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି ।
୬. ବିଶ୍ବର ବିଶ୍ବାସ ଜିତିଲା ମୁମ୍ବାଇ, ଦେଲା ସଚ୍ଚୋଟତାର ବଳିଷ୍ଠ ପ୍ରମାଣ: ଅନେଷ୍ଟ ସିଟି ତାଲିକାରେ ନଂ-୨ ।
୭. ପୁଣି ଥରିଲା କାବୁଲ । ଆଫଗାନିସ୍ତାନର କାବୁଲରେ ପୁଣି ରକେଟ୍ ମାଡ ହୋଇଥିବା ନେଇ ସୂଚନା ।
୮. ବୃଦ୍ଧି ପାଇଲା ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ । ଏହି ସମ୍ପ୍ରସାରଣ ସହିତ, ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ 1.5 ମିଲିୟନ୍ ଟନ୍ ରୁ 2 ମିଲିୟନ୍ ଟନ୍ କୁ ବୃଦ୍ଧି କରାଯାଇଛି ।
୯. ଦେଶର ବ୍ୟାଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବ୍ୟାଡ ବ୍ୟାଙ୍କ ପାଇଁ ୩ ହଜାର ୬ ଶହ କୋଟିର ବ୍ୟବସ୍ଥା କରାଯାଇଛି ।
୧୦. ଚାଇନାର ସିଚୁଆନ୍‌ ପ୍ରଦେଶରେ ଗୁରୁବାର ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ।
୧୧. ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: ୨୪ ଘଣ୍ଟାରେ ଗଲାଣି ୪୫ ଜୀବନ, ଆଗାମୀ ଦୁଇ ଦିନ ସ୍କୁଲ୍‌-କଲେଜ୍‌ ବନ୍ଦ ।
୧୨. କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପର ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ପ୍ରତିରକ୍ଷା ଅଫିସ କମ୍ପ୍ଲେକ୍ସ କଲେ ଉଦଘାଟନ୍ ।
୧୩. କମିବ କି ପେଟ୍ରୋଲ ଓ ଡିଜେଲ ଦର? ଆଜି ଶୁକ୍ରବାର ରେ ବସୁଛି ଜିଏସଟି କାଉନସିଲର ବୈଠକ ।
୧୪. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୮୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୪ ହଜାର ୮୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୨୯୮ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୬୩ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୧୨ କୁ ବୃଦ୍ଧି ହୋଇଛି ।
୧୫. ୨୦ ରେ ଆସିବେ ରାଜ୍ୟସଭା କମିଟି: ମହାନଦୀରେ ଜଳ ପ୍ରକଳ୍ପ ଓ ନୂଆ ବିମାନ ବନ୍ଦର ନିର୍ମାଣର କରିବେ ସମୀକ୍ଷା ।
୧୬. ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତାରିଖ ଘୁଞ୍ଚିଲା । ଏହାକୁ ଘୁଞ୍ଚାଯାଇ ୧୮ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି
୧୭. ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୨୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୦ସୁସ୍ଥ ।
୧୮. ଓଡିଶାକୁ କେନ୍ଦ୍ରରୁ ମିଳିଛି ପର୍ଯ୍ୟାପ୍ତ ସହାୟତା : ଚାଷୀଙ୍କ ଠାରୁ ଉଜ୍ଜଳା ଯୋଜନା, ବିପର୍ଯ୍ୟୟ ପରିଚାଳନାରୁ ରାଜପଥ ନିର୍ମାଣ, ସବୁ ଯୋଗାଇ ଦେଇଛନ୍ତି ମୋଦି ।
୧୯. ଶନିବାର ସନ୍ଧ୍ୟାରେ ମହାନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା । ୪ ଜିଲ୍ଲା ପ୍ରଶାସନକୁ ସତର୍କ କଲେ ସରକାର ।
୨୦. ଓଡିଶାରେ ଆରମ୍ଭ ଭାରତର ପ୍ରଥମ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ । ସ୍ଥାନ ପାଇଲା ଓଡିଆ ଚିତ୍ରଶିଳ୍ପୀଙ୍କ କାରୁକାର୍ଯ୍ୟ…।
୨୧. ଗାଡ଼ି ଦର ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ହିରୋ ମୋଟୋକର୍ପ, ୨୦ରୁ ଲାଗୁ ହେବ ।
୨୨. ଟି-୨୦ ଅଧିନାୟକ ପଦ ଛାଡିବେ କ୍ୟାପଟେନ କୋହଲି । ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକ ପଦ ଛାଡିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିରାଟ ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)
🙏ଆଜି ପବିତ୍ର ବିଶ୍ୱକର୍ମା ପୂଜା , କନ୍ୟା ସଂକ୍ରାନ୍ତି ଓ ପାର୍ଶ୍ଵ ପରିବର୍ତ୍ତନ (ବଡ) ଏକାଦଶୀ,ଶୁଭସକାଳ , GOOD MORNING 🙏 କେବେ ବି ଗର୍ବ ଅହଙ୍କାର ବା ହିଂସା କରନ୍ତୁ ନାହିଁ….କାହିଁକି ନା…, ଏ ପୃଥିବୀ ର ମାଟି ଉପରେ ଯେତିକି ମଣିଷ ଅଛନ୍ତି ତା ଠାରୁ ବେଶୀ ମାଟି ଭିତରେ…

Leave A Reply

Your email address will not be published.