ସାପକୁ ଧରିଲେ, ଅସ୍ତ୍ରପଚାର କରି ଜଙ୍ଗଲରେ ଛାଡ଼ିଲେ

ବାରଙ୍ଗ,୧୨।୧୦ (ଏସଏସନିଉଜ) ନରଣପୁର ନିକଟରେ ଥିବା ଗୃହରୁ ଏକ ବିଷାକ୍ତ ସରୀସ୍ୱପକୁ ସ୍ନେକ ହେଲ୍ପଲାଇନି ଦ୍ୱରା ଉଦ୍ଧାର କରାଯାଇ ଅସ୍ତ୍ରପଚାର କରାଯାଇଛି ।
ସୂଚନା ମୁତାବକ ବାରଙ୍ଗ ନାରଣପୁର ସ୍ଥିତ ଏକ ଆପଟମେମେଣ୍ଟ ନିକଟରେ ହେଉଥିବା ବାସଗୃହରେ କାର୍ଯ୍ୟରତ ଶ୍ରମିକମାନେ କାମ କରୁଥିବା ବେଳେ
ଏକ ବିଷଧର ସର୍ପ ଦେଖୁବାକୁ ପାଇଥିଲେ।ସଙ୍ଗେ ସଙ୍ଗେ ବାରଙ୍ଗ ଅଂଚଳରେ କାର୍ଯ୍ୟରତ ସ୍ନେକେ ରେସ୍କୁୟୁ ର ସଦସ୍ୟ ରଞ୍ଜିତ ଓଝା ଙ୍କୁ ସୂଚନା ଦେଇଥିଲେ।ଖବର ପାଇ ରଞ୍ଜିତ ଓଝା ଘଟଣାସ୍ଥଳରେ ପହଂଚି ସର୍ପଟିକୁ ଉଦ୍ଧାର କରିବା ସମୟରେ ସର୍ପଟିର ପେଟରେ ଗଭୀର କ୍ଷତ ହୋଇଥିବାର ଦେଖିବାକୁ ପାଇଥିଲେ। ସ୍ଥାନୀୟ ପଶୁଚିକିତ୍ସକ ଡକ୍ଟର ଶୁଭଲଷ୍ମୀଙ୍କ ତଦାରଖ କମ୍ପାଡର ମାଗୁଣି ସ୍ୱାଇଁ, ଯଯାତି କେଶରୀ ଓଝା ସହାୟତା ରେ ସର୍ପଟିର ପେଟପାଖରୁ ୩ ଇଞ୍ଚି ଚିରିଯାଇ ସଫଳ ଅସ୍ତପଚାର କରି ନିରହ ଜୀବଟିର ଜୀବନ ବଞ୍ଚାଇ ଦେଇଥିଲେ ।ସର୍ପଟି ସୁସ୍ତ ହେବାରୁ ନିକଟସ୍ତ ଚନ୍ଦକା ଅଭୟାରଣୟ ଛାଡି ଦିଆଯାଇଛି ବୋଲି କହିଛନ୍ତି ସ୍ନେକ ହେଲ୍ପଲାଇନି ସଦସ୍ୟ ରଞ୍ଜିତ ଓଝା(ଶେଖ୍ ଅବଦୁଲ ମୁନାବଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.