ସାରା ଦେଶରେ ଲକଡାଉନର ଘୋଷଣା କଲେ ପ୍ରଧାନମନ୍ତ୍ରୀ

0 258

ଭୁବନେଶ୍ୱର,୨୪/୩(ଏସଏସନିୟୁଜ) ସାରା ଦେଶରେ ଲକଡାଉନ । ଆଜିରାତି୧୨ଟାରୁ ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍ କରାଗଲା ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଭାରତରେ କରୋନା ଭାଇରସ୍ ବଢୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆଜି ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଜନତାକର୍ଫ୍ୟୁକୁ ସମର୍ଥନ ଦେଇଥିବାରୁ ସେ ଦେଶବାସୀଙ୍କୁ ପ୍ରଂଶସା କରିଛନ୍ତି ।ଏହା ସହ ଏକ ବଡ ନିଷ୍ପତି ନେଇ ଆଜି ରାତି ୧୨ଟାରୁ ପୁରାଦେଶ ରେ ସମ୍ପୁର୍ଣଭାବେ ଲକ୍‌ଡାଉନ୍ ର ଘୋଷଣା କରିଛନ୍ତି ।ଏହି ଲକ୍‌ଡାଉନ୍ ଆଜି ରାତି ୧୨ଟାରୁ ୨୧ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ।ଏହି ଲକ୍‌ଡାଉନ୍ ହିନ୍ଦୁସ୍ଥାନକୁ ବଂଚାଇବାପାଇଁ ,ଆପଣଙ୍କ ଜୀବନ ରକ୍ଷାପାଇଁ , ସମାଜପାଇଁ ଏବଂ ପୁରା ଦେଶକୁ ରକ୍ଷାକରିବାପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।୨୧ଦିନ ଜଦି ଜନସାଧାରଣ ଦେଶପାଇଁ ନଦେବେ ଆଗାମି ୨୧ପିଢି ବିପଦରେ ପଡିଯିବେ । ସେଥିପାଇଁ ଭାରତର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.