ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

0 80

ମୟୂରଭଞ୍ଜ, ୧୩ା୯(ଏସଏସନିଉଜ) ବହଳଦାବ୍ଲକର ବଡ଼ପଳସାଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମହିଳାସରପଞ୍ଚଙ୍କୁ ୫ଘଣ୍ଟାଧରି ପଞ୍ଚାୟତବାସୀ ତାଲା ପକାଇରଖିଥିଲେ ।ଏହି ପଞ୍ଚାୟତ ଅଧିନରେ ଥିବା ବିଭିର୍ଣଗ୍ରାମଗୁଡିକର ରାସ୍ତାଘାଟ ବିପଦପୂର୍ଣ୍ଣ ଅବସ୍ଥାରେ ରହି ଗମନାଗମନରେ ଅନୁପଯୁକ୍ତ ପାଲଟିଛି । ପଞ୍ଚାୟତବାସୀ ବହୁବାର ଅଭିଯୋଗ ସତ୍ୱେ ସ୍ଥାୟୀପ୍ରତିକାରପାଇଁ କେହି ଦୃଷ୍ଟି ଦେଉନାହାନ୍ତି ବୋଲି ଅଭିଯୋଗ କରି ପାଖାପାଖି ୫ ଘଣ୍ଟା କାଳ ବଡ଼ପଳସା ଗ୍ରାମପଞ୍ଚାୟତର ସରପଞ୍ଚ ଗୀତାରାଣୀ ହେମ୍ବ୍ରମଙ୍କୁ ପଞ୍ଚାୟତକାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ।ଖବରପାଇ ପୁଲିସ ଏସଡିପିଓ, ବହଳଦା ତହସିଲଦାର ଓ ବହଳଦା ଅତିରିକ୍ତ ବିଡିଓ ଘଟଣାସ୍ଥଳରେ ପହଁଚିଥରଲେ । ଉତ୍ୟକ୍ତଲୋକଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ଲୋକେ ପଞ୍ଚାୟତ କାର‌୍ୟ୍ୟାଳୟରୁ ତାଲା ଖୋଲିଥିଲେ ।

 

Leave A Reply

Your email address will not be published.