ଭୁବନେଶ୍ୱର,୨୦।୧(ଏସଏସନିଉଜ)ଚନ୍ଦକା ଗ୍ରାମ ପଂଚାୟତର ସରପଞ୍ଚ ଅଜୟ ବେହେରାଙ୍କ ବିରୋଧରେ ୮ଜଣ ୱାର୍ଡ ସଭ୍ୟସଭ୍ୟାମାନେ ମଙ୍ଗଳବାର ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି।ଚନ୍ଦକା ପଂଚାୟତରେ କୌଣସି ଉର୍ନତିମୂଳକ କାର୍ଯ୍ୟ ନହେବା ସହ ବିଭିନ୍ନ ଦୁର୍ନତି ଉପରେ ଅଭିଯୋଗ ଆଣିବା ସହ ଅନାସ୍ତା ପ୍ରସ୍ତାବ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।ସରର୍ମ୍ପଚ ଦୀର୍ଘ ମାସ ହେବ ପଂଚାୟତର କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ଉଠାଇଛନ୍ତି । ଏପରିକି ନିର୍ଦ୍ଧାରିତ କୌଣସି ବୈଠକରେ ମଧ୍ୟ ଯୋଗ ଦେଉନାହାନ୍ତି ବୋଲି ୱାର୍ଡ ସଭ୍ୟମାନେ ଉପ ଜିଲ୍ଲାପାଳଙ୍କୁ ଜଣାଇଥିବାର ଜଣାପଡିଛି। । ଉପଜିଲ୍ଲାପାଳ ୱାର୍ଡ ସଭ୍ୟସଭ୍ୟାମାନଙ୍କ
ଅଭିଯୋଗ ଗ୍ରହଣ କରି ପଦକ୍ଷେପ ନେବେ ବୋଲି ଆଶ୍ଵାସନା ଦେଇଛନ୍ତି।
Prev Post
Next Post
