ସରସ୍ୱତୀଶିଶୁବିଦ୍ୟାମନ୍ଦିରରେଜାତୀୟବିଜ୍ଞାନ ଦିବସ ପାଳିତ

0 247

ଭୁବନେଶ୍ୱର, ୨୯ା୨(ଏସଏସନିୟୁଜ)ନୀଳାଦ୍ରିବିହାର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ରେଜାତୀୟବିଜ୍ଞାନ ଦିବସ ପାଳିତହୋଇଯାଇଛି । ଏହିକାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ଜ୍ଞାନ ମନ୍ଦିରର ଅଧ୍ୟକ୍ଷ ଡ.ସୁଶାନ୍ତ କୁମାର ଦାସଯୋଗ ଦେଇ ବିଜ୍ଞାନର ଉପାଦେୟତା ସମ୍ବନ୍ଧରେକହିଥିଲେ । ନିଷ୍ଠା ଓ ପ୍ରଚେଷ୍ଟା ଜାରି ରଖିଲେ ଭବିଷ୍ୟତରେ ଜଣେଜଣେ ସଫଳ ବୈଜ୍ଞାନିକ ହୋଇପାରିବେ ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ସେଠୀ ଯୋଗଦେଇ ବିଜ୍ଞାନ ଏକ ବିଶେଷଜ୍ଞାନ, ଯାହା ଅସାଧ୍ୟକୁସାଧନ କରିପାରୁଛି ତେଣୁ ସମସ୍ତେ ବିଜ୍ଞାନୁରାଗୀହେବା ଆବଶ୍ୟକ ବୋଲି କହିଥିଲେ । ବିଦ୍ୟାଳୟର ପ୍ରମୁଖ ଆଚାର୍ଯ୍ୟସୁରେଶଚନ୍ଦ୍ରବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତବିଜ୍ଞାନ ପ୍ରଶ୍ନରେ ବିଦ୍ୟାଳୟର ଅଧିକାଂଶ କୁନିବୈଜ୍ଞାନିକ ଭାଗନେଇଥିଲେ । କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.