ଦେଲାନି ଟଙ୍କା ନେଇଗଲୁ ପିଲା

0 568

ବାରଙ୍ଗ:୨୯/୨(ଏସଏସଏନ୍) ଆମେ ଆଜ୍ଞା ଗରିବ ଲୋକ । ଖଟିଲେ ଖାଇବୁ । ଆମର ବି ୫ ମାସର ଛୁଆଟା ବି ଅଛି ।ଆମେ ବି କାହିଁକି ଏମିତି କାମ କରିବୁ ।ଆମକୁ ଖରା ତରା ରେ କଣ୍ଟ୍ରାଟର  ଖଟେଇଲା ହେଲେ ଟଙ୍କା ଦେଉନି । ଆମେ କେମିତି ଚଳିବୁ । ଫୋନ କଲେ ଫୋନ ବି ଉଠେଇଲେ ନାହିଁ ।ଲେବର କମିଶନରେ କେସ୍ ବି କଲୁ କିଛି ସୁଫଳ ମିଳିଲା ନି ।  ଆମେ ଏଭଳି କାମ କଲୁ । ଆଜ୍ଞା ଏମିତି କାମ  ଜଘଣ୍ୟ ଭୁଲ । ଏମିତି କଥା ସ୍କୁଲ ରୁ ପିଲା ଚୋରି କରିଥିବା ଜଣେ ଦମ୍ପତି ପୋଲିସ ଆଗରେ ବଖାଣିଛନ୍ତି । ସୁଚନା ଯୋଗ୍ୟ ଯେ , ଆଜି ସକାଳୁ   ସ୍କୁଲ କୁ ପାଠ ପଢିବାକୁ ଆସିଥିବା ବାଲେଶ୍ବର ଅଞ୍ଚଳର ପବନା ପରିଡାର କୁନି ପିଲା କୁ କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ଥାନାରେ ଅଭିଯୋଗ କରିଥିଲେ  ।ଘଟଣା ର କେଇ ଘଣ୍ଟା ପରେ ନନ୍ଦନକାନନ ପୋଲିସ ତାର ଜଲଓ୍ବା ଦେଖେଇଛି । ଘଟଣା ଘଟିବାର ୨ଘଣ୍ଟା ନପୁରୁଣୁ ଅଭିଯୁକ୍ତ କୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରୁଥିବା ବେଳେ ଅଭିଯୁକ୍ତ ଦମ୍ପତ୍ତି ସାଲିଆ ସାହି ରେ ରହୁଥିବା କୃଷ୍ଣ ପୃଷ୍ଟି ଓ ତାଙ୍କ ସ୍ତ୍ରୀ ଏଭଳି କଥା ପୋଲିସ ଆଗରେ କହିଛନ୍ତି । ତେବେ ଏମାନଙ୍କ କଥା କେତେ ସତ କେତେ ମିଛ ତାହା ପୋଲିସ ତଦନ୍ତ କରୁଥିବା ଜଣା ପଡିଛି ।

Leave A Reply

Your email address will not be published.