ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ଫାଇନାଲରେ ଜଗା ୟୁନାଇଟେଡ

0 153

ବାରଙ୍ଗ ୯/୧୨(ଡିଏନଏ) ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଡସ କ୍ଲବ ଆନୁକୂଲ୍ୟରେ ଗଣ୍ଡରପୁର ଗ୍ରାମ ପାଖ ବିଜୁପଟ୍ଟନାୟକ ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ଆମନ୍ତଣୀୟ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଥିଲା ଷଷ୍ଠ ଦିବସ।୩ଟି ପର୍ଯ୍ୟାୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି।ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟଅତିଥିଭାବେ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଉଦଘାଟିତ କରିଥିଲେ।ଶୁକ୍ରବାର ଗ୍ରାମାଞ୍ଚଳ ବର୍ଗର ଦୁଇଟି ମ୍ୟାଚ୍ ଖେଳା ଯାଇଥିଲା।ଗ୍ରାମାଞ୍ଚଳ ବର୍ଗରେ ପ୍ରଥମ ମ୍ୟାଚ୍ ବରାହୀପୁର ସୁପ୍ରିମଫୁଟବଲ କ୍ଲବ ସହ ଗୋଠପୁର ମା”ମଙ୍ଗଳା କ୍ଲବ ମଧ୍ୟରେ ଅନୁଷ୍ଟିତ ହୋଇଥିଲା।ଏଥିରେ ଗୋଠପୁର ଦଳ ୨-୦ ଗୋଲରେ ବରାହୀପୁର ଦଳକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି।ଦ୍ବିତୀୟ ମ୍ୟାଚ୍ ଘାଟିକିଆ ବଜରଙ୍ଗବାଲି କ୍ଲବ ସହ ଉଷୁମା ସ୍ବର୍ଣ୍ଣଦେବୀ କ୍ଲବ ମଧ୍ୟରେ ଖେଳ ହୋଇଥିଲା।ଏଥରେ ପ୍ରଥମ ଓ ଦ୍ବିତୀୟାର୍ଦରେ କେହି କାହାରିକୁ ଗୋଲ ଦେଇପାରିନଥିଲେ।ଶେଷରେ ଟ୍ରାଇବ୍ରେକର ଜରିଆରେ ଘାଟିକିଆ ଦଳ ୭-୪ ଗୋଲରେ ବଉଳକୁଦ ଦଳକୁ ପରାସ୍ତ କରି ସେମିଫାଇନାଲକୁ ଉର୍ତ୍ତୀନ ହୋଇଛି।ସେହିପରି ସହରାଞ୍ଚଳ ବର୍ଗର ଭୁବନେଶ୍ବର ଜଗା ୟୁନାଇଟେଡ କ୍ଲବ ୧-୦ ଗୋଲରେ କଟକ ମଙ୍ଗଳା କ୍ଲବକୁ ହରାଇ ଫାଇନାଲକୁ ପ୍ରବେଶ କରିଛି।ଗ୍ରାମାଞ୍ଚଳ ବର୍ଗର ଗୋଠପୁର ଦଳର ରାଜେଶ ନାୟକ,ଘାଟିକିଆ ଦଳର ତୋଫାନ ନାୟକ ମ୍ୟାନଅଫଦି ମ୍ୟାଚ୍ ହୋଇଥିବାବେଳେ ସହରାଞ୍ଚଳ ବର୍ଗର ଭୁବନେଶ୍ବର ଜଗା ୟୁନାଇଟେଡ ଦଳର ମଣ୍ଟୁ ମ୍ୟାନଅଫଦି ମ୍ୟାଚ୍ ଘୋଷଣା କରାଯାଇଛି। ଶନିବାର ଦିନ ଗ୍ରାମାଞ୍ଚଳରୁ ଗୋଠପୁର ମା”ମା ମଙ୍ଗଳା କ୍ଲବ ସହ ବ୍ରାହ୍ମଣୀଗାଁ ଓ ପ୍ରତାପ କ୍ଲବ ପ୍ରତାପନଗରୀ ସହ ଘାଟିକିଆ ବଜରଙ୍ଗବାଲି କ୍ଲବ ମଧ୍ୟରେ ଖେଳହେବ।ସେହିପରି ତୃତୀୟ ମ୍ୟାଚ୍ ସହରାଞ୍ଚଳରୁ ସମ୍ବଲପୁର ବରଗଡ ୟୁନାଇଟେଡ ସହ ବିଡାନାସୀ ମା”ଭୂଆଶୁଣୀ କ୍ଲବ ମଧ୍ୟରେ ଖେଳ ହେବ ବୋଲି କ୍ଲବର ସମ୍ପାଦକ ମାନସ ରଞନ ପଢିଆରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.