ଭୁବନେଶ୍ୱର,୧୧।୧(ଏସଏସନିଉଜ)ରବିବାର ଦିନ ଉଦଯାପିତ ହୋଇଯାଇଛି୩୦ତମ ରାଜ୍ୟସ୍ତରୀୟ ମରିଚିଆ କପ ଫୁଟୁବଲ ଟୁର୍ଣ୍ଣାମେଣ୍ଟ।ମରିଚିଆ ୟୁଥ ସ୍ପୋର୍ଟସ କ୍ଲବ ଖେଳ ପଡ଼ିଆରେ ଆରମ୍ବ ହୋଇଥିବା ଏହିଟୁର୍ଣ୍ଣାମେଣ୍ଟର ରବିବାର ଥିଲାଅନ୍ତିମ ଦିବସ।ଏଥିରେ ୪ଟି ଦଳ ସେମିଫାଇନାଲ ମ୍ୟାଚ ଖେଳିଥିଲେ।ପ୍ରଥମ ସେମିଫାଇନାଲ ମ୍ୟାଚ କୁରାଙ୍ଗ ସହିତ ଗୋଠପୁର ମଧ୍ୟରେ ହୋଇଥିବା ବେଳେ ଏଥିରେ କୁରାଙ୍ଗ ୨-୦ ଗୋଲରେ ବିଜୟ ଲାଭ କରି ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଅନ୍ୟ ଏକ ସେମିଫାଇନାଲ ମ୍ୟାଚ ପ୍ରତାପନଗରୀ ସହିତ ଜୟପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ମ୍ୟାଚ ଟି ୧-୧ ରେ ବରାବର ହୋଇଥିବା ବେଳେ ପେନାଲଟି ସୁଟ ଜରିଆରେ ପ୍ରତାପନଗରୀ ବିଜୟଲାଭ କରି ଫାଇନାଲ ଖେଳିଥିଲା।
ଶେଷରେ ଫାଇନାଲ ମ୍ୟାଚପ୍ରତାପ କ୍ଲବ ପ୍ରତାପନଗରୀ ଏବଂ ଇନଭର୍ସସାଲ କ୍ଲବ କୁରାଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ମ୍ୟାଚଟି ଶେଷ ପର୍ଯ୍ୟନ୍ତ ଚିତାକର୍ଷକ ସହ ସଙ୍ଘର୍ଷପୁର୍ଣ୍ଣ ହୋଇଥିଲା।ଏହି ସମୟରେ ବାଜି ଲାଗିଥିଲା ଯେ ଯେଉଁ ଦଳର ଖେଳାଳି ପ୍ରଥମ ଗୋଲ ସ୍କୋର କରିବ ତାକୁ ୫ହଜାର ଟଙ୍କା ପ୍ରଦାନ କରାଯିବ।ବାଜିରେ ପ୍ରଥମ ସ୍କୋର କୁରାଙ୍ଗ ଦଳର ସୋମନାଥ ନାୟକ ବାଜି ମାରି ନେଇଥିବା ବେଳେ ପ୍ରତାପନଗରୀ ୨-୧ ଗୋଲରେ କୁରାଙ୍ଗକୁ ପରାସ୍ତ କରି ଚଳିତ ବର୍ଷର ୩୦ତମ ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ”ମରିଚିଆ କପ ୨୦୨୬”ର ଚାମ୍ପିଅନର ମୁକୁଟ ପିନ୍ଧିଛି।ଟୁର୍ଣ୍ଣାମେଣ୍ଟର ସର୍ବ ଶ୍ରେଷ୍ଠ ଖେଳାଳି ଭାବରେ ପ୍ରତାପନଗରୀର ପ୍ରକାଶ ନାୟକଙ୍କୁ ଅର୍ଥରାଶି ସହ ଟ୍ରଫି ପଦାନ କରାଯାଇଛି।
ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇ ଚାମ୍ପିଅନ ଦଳକୁ ନଗଦ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସଅଫ ଦଳକୁ ସମ୍ମାନିତ ଅତିଥି ଭାବରେ କୃଷକନେତା ସଚିନ ମହାପାତ୍ର ନଗଦ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରିଛନ୍ତି।ଅନ୍ୟତମ ଅତିଥି ଭାବରେ ଶିଳ୍ପପତି ଅଭୟ ମହାନ୍ତି,ପ୍ରତୀକ୍ଷା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚର ଧାରା ବିବରଣୀ ରଙ୍କନିଧି ରାଉତ ପ୍ରଦାନ କରିଥିବା ବେଳେ ରେଫରି ମିକୁନ ମହାନ୍ତି,ଏସ କେ ଆଲାମ,ଏମ ଡ଼ି ସାକଲୀନ ଓ ମହିଳା ରେଫରି ପିଙ୍କି ହଂସ ମ୍ୟାଚ ପରିଚାଳନା କରିଥିବା ବେଳେ ମରିଚିଆର ୟୁଥ ସ୍ପୋର୍ଟସ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Prev Post
Next Post
