ସାର ପାଇଁ ରାସ୍ତା ଅବରୋଧ କଲେ ଚାଷୀ

0 175

ନବରଙ୍ଗପୁର, ୧୩/୮(ଏସଏସନିୟୁଜ) ସାର ପାଇଁ ଚାଷୀମାନେ ଝରିଗାଁ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।ସାରସମସ୍ୟା ନହେବବୋଲି କାଲି ଝରିଗାଁ ବ୍ଲକପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଲିଥିଲା ।କିନ୍ତୁ ଆଜି ଚାଷୀମାନେ ସାର ଆଣିବାକୁ ଝରିଗାଁ ଲାମ୍ପସକୁ ଯାଇଥିବାବେଳେ ଉପସ୍ଥିତ ଚାଷୀଙ୍କ ତୁଳନାରେ ପର୍ଯ୍ୟାପ୍ତ ପରିମାଣର ସାର ନଥିଲା । ଯାହାକୁ ନେଇ ଚାଷୀମାନେ ହୋହାହ୍ଲା କରିବା ଦ୍ୱରା ସାର ବଂଟନ ହୋଇପାରିନଥିଲା ।ଅନ୍ୟପଟେ ବ୍ଲକପ୍ରଶାସନ ପ୍ରତିଶୃତି ମୁତାବକ ଆବଶ୍ୟକୀୟ ସାର ନଦେବାପ୍ରତିବାଦରେ ଶତାଧିକ ଚାଷୀ ଅସନ୍ତୋଷବ୍ୟକ୍ତକରି ବିରାଟ ଶୋଭାଯାତ୍ରା ରେ ଆସି ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ଉମରକୋଟ-ଝରିଗାଁ ରାସ୍ତାକୁ ଅବରୋଧ କରିଥିଲେ ।

 

Leave A Reply

Your email address will not be published.