ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

0 188

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୬ ଦୁର୍ବୃତ୍ତ ।ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ ଆତଙ୍କ ଖେଳାଇବା ସହ ବସ୍ତିରେ ଦାଦାବଟି, ବ୍ରାଉନ୍ ସୁଗାରକୁ ବିରୋଧ କରିବାରୁ ହାଣି ଥିବାର ଜଣାପଡିଛି ।ଯାହାଫଳରେ ଦୁଇ ହାତରେ ଗଭୀର କ୍ଷତ ସୃଷ୍ଟିହେବାରୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସେହିଁଭଳିଭାବେ ଶ୍ୱଶୁରଙ୍କୁ ହାଣିଛନ୍ତି ଜ୍ୱାଇଁ ।ଜଳେଶ୍ୱରର କର୍ମଦା ଥାନା କୁସୁରା ଗାଁରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି ।ଶାଶୁ, ଶ୍ୱଶୁର, ଶାଳିକୁ ହାଣି ପକାଇଛନ୍ତି ଜ୍ୱାଇଁ ।ଫଳରେ ଶ୍ୱଶୁର ମୃତ ବରଣ କରିଥିବା ବେଳେ ଗୁରୁତର ଶାଶୁ, ଶାଳି ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.