ତାଳଚେର, ୮/୧୨(ଏସଏସନିୟୁଜ) ସ୍ତ୍ରୀ ମାନ୍ୟତା ଦାବିରେ ଶ୍ୱଶୁରଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି ବୋହୂ ।ଏହିଘଟଣା ତାଳଚେର ଥାନା ଅନ୍ତର୍ଗତ ବନ୍ତୁଲ ପଂଚାୟତର ବଙ୍ଗୁ ଗ୍ରାମରେ ଘଟିଛି । ଅନୁଗୁଳ ହେମସରପଡ଼ାର ମାୟାଧର ସାହୁଙ୍କ ଝିଅ ଡ଼ଲିରାଣୀ ସାହୁ (୩୪) ବୈଦିକ ରୀତିରେ ତାଳଚେର ଅଂଚଳର ବଙ୍ଗୁ ଗ୍ରାମର ଅକ୍ଷୟ କୁମାର ସାହୁଙ୍କୁ (୪୭) ୧ ଡ଼ିସେମ୍ବର ୨୦୧୭ରେ ଅନୁଗୁଳ ସ୍ଥିତ ମା’ବୁଢ଼ୀଠାକୁରାଣୀଙ୍କ ମନ୍ଦିରରେ ବିବାହ କରିଥିଲେ ।କିନ୍ତୁ ବିବାହର ଏକ ବର୍ଷ ପରେ ସ୍ୱାମୀ ସ୍ତ୍ରୀଙ୍କ ମନୋମାଳିନ୍ୟ ଯୋଗୁ ସ୍ୱାମୀ ଘରଛାଡ଼ି ଚାଲିଯାଇଥିଲେ ।କିଛିମାସପରେ ସ୍ୱାମୀ ଘରକୁ ଫେରିଥିଲେ ।୨୦୨୦ ମସିହାପର୍ଯ୍ୟନ୍ତ ସ୍ମାମୀସ୍ତ୍ରୀଙ୍କ ମଧ୍ୟରେ ଏକପ୍ରକାର ଭଲସର୍ମ୍ପକ ରହିଥିଲା ।କିନ୍ତି କିଛିଦିନପରେ ସ୍ତ୍ରୀକୁ ଶଶୁରଘରେ ଛାଡିଦେଇ ଆଉ ନେଇନଥିଲେ ।ଯାହାଫଳରେ ବାଧ୍ୟହୋଇ ସ୍ତ୍ରୀ ଡଲି ଶଶୁରଘରଆଗରେ ନିଜର ହକପାଇଁ ୬ଦିନହେବ ଧାରଣାରେ ବସିଛନ୍ତି ।

