ସଟ୍ ଡାଉନ ପାଇଁ କମିଶନରେଟ ପୋଲିସର ମାର୍ଗଦର୍ଶିକା

0 201

ଭୁବନେଶ୍ୱର,୫/୬(ଏସ୍‌ଏସ୍‌ନିୟୁଜ)ସଟ୍ ଡାଉନ ପାଇଁ କମିଶନରେଟ ପୋଲିସ ମାର୍ଗଦର୍ଶିକା ଜାରି କରିଛି । ପ୍ରତିଶନିବାର ଓ ରବିବାର ଦୁଇଦିନ ୧୧ଟି ଜିଲ୍ଲାରେ ସଟ୍‌ଡାଉନ ରହିବ । ଏହି ସମୟରେ କିଭଳି କେଉଁମାନେ ଯାତାୟତ କରିପାରିବେ ସେବିଷୟରେ କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି ।ଏହି ଆଧାରରେ କେନ୍ଦ୍ର ଓରାଜ୍ୟସରକାରଙ୍କ କର୍ମଚାରୀ ସେମାନଙ୍କ ପରିଚୟପତ୍ର ଦେଖାଇଯାଇତାୟତ କରିପାରିବେ । ପେଟ୍ରୋଲପମ୍ପ କର୍ମଚାରୀ ସେମାନଙ୍କ ସଂସ୍ଥାର ପରିଚୟପତ୍ର ଓ ଟେଲିକମ କର୍ମଚାରୀ ସେମାନଙ୍କ କମ୍ପାନୀର ପରିଚୟପତ୍ର,ଗଣମାଧ୍ୟମ ପ୍ରତିନିଧି ,ହକର ଓ କର୍ମଚାରୀମାନେ ସେମାନଙ୍କ ସଂସ୍ଥାର ପରିଚୟପତ୍ର ଦେଖାଇ ଯାଇପାରିବେ । ତେବେ ହକରମାନଙ୍କପାଇଁ ସକାଳ ୫ରୁ୮ଟା ଯାଏ  ବିକ୍ରି କରିବାର ଅନୁମତି ଥିବାବେଳେ ଗ୍ୟାସ ହୋମ ଡେଲିଭରି ପାଇଁ କୈାଣସି ପ୍ରତିବନ୍ଧକ ନାହିଁ ।ଏୟାରପୋର୍ଟ,ରେଲଓଷ୍ଟେସନ,ବସଟର୍ମିନାଲ ସହ ଜଡିତ କର୍ମଚାରୀମାନଙ୍କ ପାଇଁ ଯାତାୟତ ପାଇଁ ଅନୁମତି ରହିଛି ।ଜଳଯୋଗଣା,ମୁନିସପାଲଟି କର୍ମଚାରୀ ସେମାନଙ୍କ ପରିଚୟପତ୍ର ଓ ଫାର୍ମାସିଷ୍ଟ ,ଔଷଧଦୋକାନି ଟ୍ରେଡ ଲାଇସେନ୍ସ ନଚେତ ସେମାନଙ୍କ ପୁରୁଣାପାସ୍ ଦେଖାଇପାରିବେ । ଟ୍ୟାକ୍ସି,ଓଲା,ଉବେର ଚାଳକମାନେ ଓ ବିବାହ , ଶବଦାହ ପାଇଁ ପୋଲିସଦ୍ୱାରା ପ୍ରଦତ ପାସ ଦେଖାଇବେ । ବିଦ୍ୟୁତ ଯୋଗାଣ କର୍ମଚାରୀମାନେ ବିଭାଗର ପରିଚୟପତ୍ର ଦେଖାଇବାର ମାର୍ଗଦର୍ଶିକାରେ କୁହାଯାଇଛି ।ଜରୁରୀକାମ ନଥିଲେ ଘରୁ ନବାହାରିବାକୁ କମିସନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିିଆଯାଇଛି ।

Leave A Reply

Your email address will not be published.