ଶ୍ରମିକ ସ୍ପେଶାଲ ଟ୍ରେନ ରେ ଜନ୍ମିତ ନବଜାତ ଶିଶୁମାନଙ୍କୁ ପୂର୍ବତଟ ରେଳପଥ ଦେବ ଉପହାର

0 201

ଭୁବନେଶ୍ୱର,୫/୬(ଏସଏସନିୟୁଜ)ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳୁଛି । ଏହା ଭାରତୀୟ ରେଳବାଇ ପାଇଁ ଅତ୍ୟନ୍ତ ଶୁଭ ଖବର । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ରେ ତିନିଟି ନବଜାତ ଶିଶୁ ଜନ୍ମ ହୋଇଛନ୍ତି ଏବଂ ଉଭୟ ନବଜାତ ଶିଶୁ ଓ ସେମାନଙ୍କ ମା ମାନଙ୍କୁ ରେଳବାଇ ପକ୍ଷରୁ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ସ୍ଥାନାନ୍ତର କରଯାଇଛି । ତିନିଟି ଶିଶୁ ମଧ୍ୟରୁ ଦୁଇଟି ଟିଟିଲାଗଡ଼ ଠାରେ ଜନ୍ମଗ୍ରହଣ କରିଥିବା ବେଳେ ଗୋଟିଏ ବଲାଙ୍ଗୀର ଠାରେ ଜନ୍ମଗ୍ରହଣ କରିଛି । ସମସ୍ତ ନବଜାତ ଶିଶୁ ଓଡିଶାର ବଲାଙ୍ଗୀର ଜିଲ୍ଲାର ଅଟନ୍ତି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ଏକ ଘୋଷଣା କରି କହିଛନ୍ତି ଯେ ପୂର୍ବତଟ ରେଳପଥର ଅଧିକାରୀ ମାନେ ବ୍ୟକ୍ତିଗତ ହେଉ କିମ୍ବା ସ୍ବେଛାକୃତ ଭାବେ ରେଳପଥର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ନବଜାତକ ଶିଶୁ ମାନଙ୍କୁ ଉପହାର କୁପନ ପ୍ରଦାନ କରିବେ । ଏକ ଅଭିନବ ମନୋଭାବ ଗ୍ରହଣ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ନିଜେ ନବଜାତ ଶିଶୁଙ୍କ ପାଖକୁ ପାଞ୍ଚ ହଜାର ଟଙ୍କାର ଉପହାର ପଠାଇଛନ୍ତି । ରେଲୱେର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭବିଷ୍ୟତରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯଦି ଶିଶୁ ଜନ୍ମ ନିଅନ୍ତି ତେବେ ସ୍ବେଛାକୃତ ଭାବେ ସେମାନେ ମଧ୍ୟ ଉପହାର ପ୍ରଦାନ କରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.