ସତୀଚଉରା ମଶାଣୀରେ ଲିଭୁନି ଜୁଇ

ଖବର ଆଜିରତାରିଖ ୦୯--୦୫-୨୦୨୧/ ରବିବାର

0 549

୧-ମାର୍କରେ ସନ୍ତୁଷ୍ଟ ନ ହେଲେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ସୁଯୋଗ ।
୨-ଆଶା ଦେଖାଇଲା ଭାରତର ନୂଆ କରୋନା ଔଷଧ । ଡିଆରଡିଓ ପ୍ରସ୍ତୁତ ଟୁ-ଡି-ଜି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲେ ସରକାର ।
୩–ଦେଶରେ ୬୮.୭ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନର ସାମନା କରନ୍ତି: ସର୍ଭେ ।
୪-ଦେଶବ୍ୟାପୀ ଅକ୍ସିଜେନ୍ ଆବଣ୍ଟନ ନେଇ ତିଆରି ହେଲା ୧୨ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ ।
୫-ପ୍ରତି ରବିବାର ଭର୍ଚୁଆଲ୍ ଟୁର୍‌, ଦର୍ଶକ ଦେଖିପାରିବେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ।
୬-କରୋନା ନୀତିରେ ପରିବର୍ତ୍ତନ – କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ପାଇଁ ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ ନୁହେଁ ।
୭-ଓଡିଶା ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱରରେ ପହଞ୍ଚିଲା
୮-ନିର୍ବାଚନ ସରିଲା ପରେ ତେଲ ବଢ଼ିଲା, କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି .
୯-ରାଜ୍ୟରେ ୬୧ଲକ୍ଷ ଟପିଲା ଟିକାକରଣ ।
୧୦-ସୁନ୍ଦରଗଡ଼ରେ କୋଭିଡ୍ ନିୟନ୍ତ୍ରଣ ପାଇଁ ପ୍ରଶାସନର ଡାକରା ‘ବ୍ରେକ୍ ଦ ଚେନ୍’ ।
୧୧-ଅକ୍ସିଜେନ୍ ସଙ୍କଟ: ହସ୍ତକ୍ଷେପ କଲେ ସୁପ୍ରିମ କୋର୍ଟ ।
୧୨-କଟକରେ ସତୀଚଉରା ମଶାଣୀରେ ଲିଭୁନି ଜୁଇ । ଦୈନିକ ଦାହ ହେଉଛି ୨୦ରୁ ଅଧିକ ଶବ । କର୍ମଚାରୀଙ୍କ ସୂଚନା, ଗତ ୧୫ ଦିନରେ ସତ୍କାର ହୋଇଛି ୩୮୧ ମୃତଦେହ ।
୧୩-ଡ୍ରୋନରେ ହେବ କରୋନା ଭ୍ୟାକ୍ସିନ ଯୋଗାଣ, ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର ।
୧୪-ଘରୋଇ ହସ୍ପିଟାଲ୍‌ରେ ମାଗଣା ମିଳିବ ଟିକା, ଏନେଇ ଏସ୍‌ଓପି ଜାରି କଲେ ରାଜ୍ୟ ସରକାର ।
୧୫-ଆଫଗାନିସ୍ଥାନ: କାବୁଲର ବିଦ୍ୟାଳୟ ନିକଟରେ ବିସ୍ଫୋରଣ: ୨୫ ମୃତ, ୫୨ ଆହତ ।
୧୬-କରୋନାର ଦ୍ୱିତୀୟ ଲହରରେ ଗାଁରେ ବ୍ୟାପୁଛି କରୋନା । ପଛୁଆ ଅଂଚଳରେ ପ୍ରାୟ ୪୦ ଲକ୍ଷ ଲୋକ ଆକ୍ରାନ୍ତ ।
ଶୁଭ ସକାଳ,ସୁପ୍ରଭାତକରୋନାର ୨ୟ ଲହର ଅଧିକ ଘାତକ ଅଟେ, ଆବଶ୍ୟକ ନଥିଲେ ବାହାରକୁ ବାହାରନ୍ତୁ ନାହିଁ, ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ଘରକୁ ଫେରିଲେ ହାତ ଧୁଅନ୍ତୁ ଓ ଯେକୌଣସି ପରିସ୍ଥିତିରେ ଦୂରତା ବଜାୟ ରଖନ୍ତୁ। ମାସ୍କ ପିନ୍ଧିବା, ହାତ ଧୋଇବା ଓ ଶାରୀରିକ ଦୂରତା ରଖିବା ଆମର ନୈତିକ ଦାୟୀତ୍ୱ – ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର

Leave A Reply

Your email address will not be published.