ସାର୍ଟିଫିକେଟ ଦାଖଲରେ କୋହଳ କଲା ଉଚ୍ଚଶିକ୍ଷା ବିଭାଗ

0 316

ଭୁବନେଶ୍ୱର,୧୪/୯(ଏସଏସନିୟୁଜ) ଯୁକ୍ତ ୩ ନାମଲେଖା ଆଜିଠାରୁ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ଅରିଜିନାଲ ସାର୍ଟିଫିକେଟ୍ ଦେଇ ନପାରିଲେ ମଧ୍ୟ ନାମ ଲେଖାଇ ପାରିବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ନେଟ୍‌ରୁ ମଳିଥିବା ପ୍ରମାଣପତ୍ରରେ ନିଜେ ସ୍ବାକ୍ଷର ତଥା ସେଲ୍ଫ ଆଟେଷ୍ଟେଡ୍ କରି ଦାଖଲ କରିପାରିବେ। ସେହିପରି ସିବିଏସ୍‌ଇ, ଆଇସିଏସ୍‌ଇ ସମେତ ଅନ୍ୟ ପରିଷଦରୁ ଦ୍ବାଦଶରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ନେଟ୍‌ରୁ ମାର୍କସିଟ୍ ଡାଉନ୍‌ଲୋଡ୍ କରି ପଢ଼ୁଥିବା ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କଠାରୁ ସ୍ବାକ୍ଷର କରି ନାମଲେଖା ସମୟରେ ଦାଖଲ କରିପାରିବେ। ଏଥିପାଇଁ ସବୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି।ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମେତ ସିବିଏସ୍‌ଇ ଓ ଆଇସିଏସ୍‌ସିଇ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ ସାର୍ଟିଫିକେଟ୍ ଓ ମାର୍କସିଟ୍ ମିଳିନଥିବାରୁ ଏଭଳି ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ ।

Leave A Reply

Your email address will not be published.