ଅନୁଗୁଳ , ୨୭/୧(ଏସଏସନିଉଜ) ସାତକୋଶିଆ ଅଭୟାରଣ୍ୟରେ ଗଡିବ ସଫାରି ଗାଡ଼ି । ପର୍ଯ୍ୟଟକମାନେ ସଫାରୀଗାଡିରେ ବସି ଅଭୟାରଣ୍ୟରେ ଥିବା ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବା ଓ ଏଥିସହ ପାଖରୁ ବନ୍ୟପ୍ରାଣୀଙ୍କୁ ଦେଖି ମଜ୍ଜା ଉଠାଇପାରିବେ ।ଏଥିପାଇଁ ୪ଟି ସଫାରୀ ବସ ଆସି ପହଁଚିଛି ।ତେବେ ସଫାରୀ ବସରେ ବୁଲିଲେ କେତେଟଙ୍କା ଦେବାକୁ ପଡିବ,କେଉଁଅଂଚଳ ବୁଲିବାକୁ ହେବ, ଏବିଷୟରେ ବିଧିବଦ୍ଧ ଭାବେ ନିଷ୍ପତି ସରିଲେ ଖୁବଶିଘ୍ର ପର୍ଯ୍ୟଟକମାନେ ଏହି ସେବାପାଇପାରିବେ ବୋଲି ଜଣାପଡିଛି ।