ସତ୍ୟବାଦୀରେ ୬ଟି ଯାଗାରେ ଦିଆଯିବ ବୁଷ୍ଟର ଡୋଜ

0 152

ସାକ୍ଷୀଗୋପାଳ, ୧୧/୧(ଏସଏସନିୟୁଜ)ସତ୍ୟବାଦୀରେ କରୋନା ପଜେଟିଭିଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କ ପକ୍ଷରୁ ସତ୍ୟବାଦୀରେ ୬ଟି ସ୍ଥାନରେ ପ୍ରଥମଡୋଜ ଓ ଦୁତୀୟ ଡୋଜ ସହିତ ବୁଷ୍ଟର ଡୋଜ ଦିଆଯିବାର ବ୍ୟବସ୍ଥା ହୋଇଛି । କାଦୁଆ ଗ୍ରାମ ପଞ୍ଚାୟତର ଭଟପୁର ,ଦାସବିଦ୍ୟାଧରପୁର ପଞ୍ଚାୟତର ସୁଆଣ୍ଡୋ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କେତକୀପାଟଣା ପଞ୍ଚାୟତର ବଡତୋଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜୟପୁର ଗ୍ରାମ ପଞ୍ଚାୟତର ନୂଆଗାଁ ସିଡି ଗଣେଶ କ୍ଳବ ପରିସର. ଅଙ୍ଗନୱାଡି କେନ୍ଦ୍ର ପରିସର, , ଶୁକଳ ଗ୍ରାମ ପଞ୍ଚାୟତର ଦୋଖଣ୍ଡପୁର ପ୍ରାଇମେରୀ ବିଦ୍ୟାଳୟର ପରିସରରେ ପ୍ରଥମ ଡୋଜ ୫୦ , ଦୁତୀୟ ଡୋଜ ୫୦ ଓ ବୁଷ୍ଟର ଡୋଜ ୧୦୦ଜଣଙ୍କୁ ଦିଆଯିବା ପାଇଁ ସ୍ଥିର କରାଯାଇଛି । କେବଳ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୨ଶହ ଜଣଙ୍କୁ ବୁଷ୍ଟର ଡୋଜ ଦିଆଯିବା ପାଇଁ ବ୍ୟବସ୍ଥା ହୋଇଥିବାର ବ୍ଲକପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.